Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ମାସେ ହେଲା ମଟର ଖରାପ, ରେଙ୍ଗାଳବେଡାରେ ବସୁଧା ପାଣି ଯୋଗାଣ ବନ୍ଦ

ରାଇରଙ୍ଗପୁର | 20/09/2026 | ବିକ୍ରମ ଓଡ଼ିଶା ନିୟୁଜ

ମାସେ ହେଲା ମଟର ଖରାପ, ରେଙ୍ଗାଳବେଡାରେ ବସୁଧା ପାଣି ଯୋଗାଣ ବନ୍ଦ ରାଇରଙ୍ଗପୁର: ୨୦/୯ (ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଞ୍ଚାୟତର ରେଙ୍ଗାଳବେଡା ଗାଁରେ ଦୀର୍ଘ ଦିନ ଧରି ବସୁଧା ପାଣି ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ମଟର ଖରାପ ହୋଇଥିବାରୁ ପ୍ରାୟ ମାସେ ହେଲା ଗ୍ରାମବାସୀଙ୍କୁ ବସୁଧା ଯୋଜନାର ପାଣି ମିଳୁନାହିଁ। ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କୁ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଏହା ଫଳରେ ବିଶେଷକରି ମହିଳା, ବୃଦ୍ଧ ଓ ଶିଶୁମାନେ ଅଧିକ ହଇରାଣ ହେଉଥିବା ଜଣାପଡ଼ିଛି। ମଟର ଖରାପ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ...

Article Image

ଇନଟାକ ସୋନପୁର ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ : ନୂତନ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା l

ସୁବର୍ଣ୍ଣପୁର | 20/09/2026 | ବିକ୍ରମ ଓଡ଼ିଶା ନିୟୁଜ

ଇନଟାକ ସୋନପୁର ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ : ନୂତନ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା l ସୁବର୍ଣ୍ଣପୁର - ଇନଟାକ ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଏବଂ ନୂଆଁଖାଇ ଭେଟଘାଟ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଚ୍ୟାପ୍ଟରର ନୂତନ ସଦସ୍ୟମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଗତ ଦିନରେ ଚ୍ୟାପ୍ଟର ତରଫରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ଐତିହ୍ୟର ସୁରକ୍ଷା ଦିଗରେ ଚ୍ୟାପ୍ଟର ତାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଯୋଜନା...

Article Image

ଦସ୍ତଖତ ଅଭିଯାନ ଶିବିର ଉଦଯାପିତ : ମଙ୍ଗଳବାର କୁଜଙ୍ଗ ତହସିଲ ଆଗରେ ବିକ୍ଷୋଭ :

କୁଜଙ୍ଗ | 16/09/2026 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗକୁ ଏନ୍ଏସି ଦାବି :: ଦସ୍ତଖତ ଅଭିଯାନ ଶିବିର ଉଦଯାପିତ : ମଙ୍ଗଳବାର କୁଜଙ୍ଗ ତହସିଲ ଆଗରେ ବିକ୍ଷୋଭ : କୁଜଙ୍ଗ 15/9 କୁଜଙ୍ଗକୁ ଏନ୍ଏସି ଦାବିରେ ଗତ ଆଠଦିନ ହେଲା କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା l ଆଜି ରାତିରେ ଏହି ଦସ୍ତଖତ ଅଭିଯାନ ଶିବିର ଉଦଯାପିତ ହୋଇଛି l ଆସନ୍ତା ମଙ୍ଗଳବାର 22 ତାରିଖରେ ସଂଗ୍ରହୃତ ପାଞ୍ଚ ହଜାରରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଦାବିପତ୍ର କୁଜଙ୍ଗ ତହସିଲଦାରଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହିତ ସେଦିନ କୁଜଙ୍ଗ ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆଜି ଅନୁଷ୍ଠିତ ସଭାରେ ମଞ୍ଚର ବରିଷ୍ଠ...

Article Image

ମଙ୍ଗଳା ମନ୍ଦିରରେ ଗହ୍ମାପର୍ବ ପାଳିତ

କାକଟପୁର | 28/08/2026 | ବିକ୍ରମ ଓଡ଼ିଶା ନିୟୁଜ

ମଙ୍ଗଳା ମନ୍ଦିରରେ ଗହ୍ମାପର୍ବ ପାଳିତ କାକଟପୁର ୨୭/୮ :- (ତୁଷାର ଦୀକ୍ଷିତ )କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଗହ୍ମା ପୁର୍ଣିମା ଅବସରରେ ଗହ୍ମା ପର୍ବ ପାଳିତ ହୋଇଯାଇଅଛି. ପାରମ୍ପରିକ ରୀତିନୀତି ଅନୁଯାୟୀ ମା'ଙ୍କର ମଙ୍ଗଳ ଆଳତି, ସ୍ନାନ ମାର୍ଜନା ପରେ ବଲ୍ଲବ ଓ ସକାଳ ଧୂପ ସରିବା ପରେ ଦୁଇ ପ୍ରହର ଧୂପରେ ମା ଙ୍କୁ ପିଠା ଭୋଗ ଲାଗି କରାଯାଇଥିଲା. ଅପରାହ୍ନରେ ମନ୍ଦିର ଖୋଲାଯିବାପରେ ଉତ୍ତର ଦ୍ୱାର ନିକଟରେ ମାଟିରେ ନିର୍ମିତ ଗହ୍ମା ଅସୁରର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସେବକ ଓ ଶ୍ରଦ୍ଧାଳୁ ମାନେ ଗହ୍ମାସୁରକୁ ଏଣ୍ଡୁରି ପିଠା ଭୋଗଲାଗି କରିଥାନ୍ତି. ଏଠାରେ...

Article Image

ଡିଏସଡ଼ବ୍ଲୁଓ ତନୁପ୍ରଭା ବେଉରା ଅଙ୍ଗନବାଡ଼ି କେନ୍ଦ୍ରର କୋୖଣସି ସମସ୍ୟା

କାକଟପୁର | 14/07/2026 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର ତା ୧୪/୭ - ପୁରୀ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଡିଏସଡ଼ବ୍ଲୁଓ ତନୁପ୍ରଭା ବେଉରା ଅଙ୍ଗନବାଡ଼ି କେନ୍ଦ୍ରର କୋୖଣସି ସମସ୍ୟା ସମାଧାନ ନକରିବା , ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଅନୁଦାନ ରାଶିର ହେରଫେର , ବିଭିନ୍ନ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ ହୋଇନପାରି ପଡିରହିବା , ଅଙ୍ଗନବାଡି କର୍ମୀଙ୍କ ଉପରେ ଚାପ ପକାଇବା ଆଦି ଏକାଧିକ ଘଟଣାର ମିଥ୍ୟା ଆରୋପ ଲଗାଇ ସମାଜମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେଉରାଙ୍କ ନାମରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାକୁ ପୁରୀ ଜିଲ୍ଲା ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ...

Article Image

କମ୍ପାନୀ ଭିତରେ ମୃତ ଦେହ ଉଦ୍ଧାର

ପାରାଦ୍ୱୀପ | 09/07/2026 | ବିକ୍ରମ ଓଡ଼ିଶା ନିୟୁଜ

ବାଲଡିଆ ଗ୍ରାମ ର ପ୍ରସନ୍ ବେଉରା ଏ ଡବ୍ଲୁ ଏଲ୍ ଏଗ୍ରି ବିଜନେସ ଲିମିଟେଡ କୁ ଡ୍ୟୁଟି ଆସି ଥିବାବେଳେ ତାଙ୍କର ମୂର୍ତ ଦେହ କମ୍ପାନୀ ଭିତରୁ ମିଳି ଥିଲା ଗ୍ରାମ ବାସୀ କମ୍ପାନୀ ଫାଟକ ପାଖରେ ଉତେଜନା କରିବାରୁ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଉଦ୍ୟମରେ ତାଙ୍କ ପରିବାରକୁ ୧୫ଲକ୍ଷ କ୍ଷତି ପୂରଣ ଓ ମାସିକ ୭ହଜାର ଓ ତାଙ୍କ ପତ୍ନୀ ଙ୍କୁ ଚାକିରି ପ୍ରତିଶ୍ରୁତି ପରେ ସବ କୁ ପରିବାର ଲୋକ ଙ୍କ ହସ୍ତାନ୍ତର କରାଯାଇଥିଲା

ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ନିର୍ଦେଶ କୁ ଫୁ.....

ଜଗତସିଂହପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ନିର୍ଦେଶ କୁ ଫୁ..... ଜଗତସିଂହପୁର ତା =23/6/26 ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ପତ୍ର ସଂଖ୍ୟା =14345/2/6/26 ଅନୁସାରେ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ହାଇସ୍କୁଲ ର ଦୁଇ ଜଣ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ କୁ ପ୍ରମୋସନ ହୋଇଛନ୍ତି | କ୍ରମିକ ନମ୍ବର 24 ରେ ଶିକ୍ଷୟତ୍ରୀ ଦିପ୍ତିମୟୀ ଦାଶ ଙ୍କ ର ହାଜିପୁର ନୋଡାଲ ହାଇସ୍କୁଲ କୁ ହେଡ଼ ମାଷ୍ଟର ଭାବେ ପ୍ରମୋସନ ହୋଇଛି ଏବଂ କ୍ରମିକ ନମ୍ବର =45ରେ ଶିକ୍ଷୟତ୍ରୀ ଗୋଲାପ ମଞ୍ଜରୀ ମିଶ୍ର ଙ୍କ ର ପୁନଙ୍ଗ...

Article Image

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’

ତିର୍ତ୍ତୋଲ | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’ ତିର୍ତ୍ତୋଲ-୨୩/୬-(ରିପୋର୍ଟ-ସୁଷମା)- ବାଙ୍ଗାଲୋର: ଓଡ଼ିଶା ବାହାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସୁଥିବା ବାଙ୍ଗାଲୋରର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍ଗାଲୋର, ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ କବି, ଲେଖକ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେଇ ଏହାକୁ ସ୍ମରଣୀୟ କରିଥିଲେ। ସମାଜର ଅଧ୍ୟକ୍ଷ ତଥା ଇସ୍ରୋ ବୈଜ୍ଞାନିକ ଶ୍ରୀ ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।...

Article Image

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ୯୭ ପ୍ରତିଶତ ଡିଜିଟାଇଜେସନ୍ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି

ସୁବର୍ଣ୍ଣପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ୯୭ ପ୍ରତିଶତ ଡିଜିଟାଇଜେସନ୍ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି l ସୁବର୍ଣ୍ଣପୁର - ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲା ନିର୍ବାଚନ ଶାଖାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ମୋଟ ଏନୁମେରେସନ୍ ଫର୍ମ (EFs) ବଣ୍ଟନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୯୯.୯୨ ପ୍ରତିଶତ ଏନୁମେରେସନ୍ ଫର୍ମ ବଣ୍ଟନ କରାଯାଇଛି। ସେହିପରି, ସଂଗୃହୀତ ଏନୁମେରେସନ୍ ଫର୍ମଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ...

Article Image

ଶିଶୁ ଶ୍ରମ ନିରାକରଣ ଅଭିଯାନ: ସୁବର୍ଣ୍ଣପୁରରେ ୬ କିଶୋର ଶ୍ରମିକ ଉଦ୍ଧାର l

ସୁବର୍ଣ୍ଣପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଶିଶୁ ଶ୍ରମ ନିରାକରଣ ଅଭିଯାନ: ସୁବର୍ଣ୍ଣପୁରରେ ୬ କିଶୋର ଶ୍ରମିକ ଉଦ୍ଧାର l ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ଚାଇଲ୍ଡଲାଇନ୍ ଏବଂ ପୋଲିସ ପ୍ରଶାସନର ସମନ୍ୱୟରେ ଏକ ଯୁଗ୍ମ ଚଢ଼ାଉ ଓ ଉଦ୍ଧାର ଅଭିଯାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଜିଲ୍ଲାର ବିଭିନ୍ନ ଦୋକାନ, ହୋଟେଲ, ଗ୍ୟାରେଜ, ସୁନା ଦୋକାନ ଓ କାର୍ଯ୍ୟଶାଳାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ମୋଟ ୬ ଜଣ କିଶୋର ଶ୍ରମିକଙ୍କୁ...

Article Image

ବିଦ୍ୟୁତ ଆଘାତ ରେବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l

ସୁବର୍ଣ୍ଣପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବିଦ୍ୟୁତ ଆଘାତ ରେବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିକିଛି । ମିଳିଥିବା ସୂଚନା ଅନୁସାରେ କାପାସିରା ଗ୍ରୀଡ଼ ବିଭାଗ ରେ କାର୍ଯ୍ୟରତ ହେମନ୍ତ ସେଠ(32) ପିତା ଦୁଃଖିଶ୍ୟାମ ସେଠ ତାଙ୍କର ନିଜ ଗ୍ରାମର ଶିବ ମନ୍ଦିର ପଛ ପଟେ ସଡ଼ଡାଉନ ନେଇ ବିଦ୍ୟୁତ ଖୁଣ୍ଟ କୁ ଚଢି ତାର ସଜାଡୁ ଥିବା ବେଳେ କୌଣସି କାରଣ ରୁ ସେହି ତାର...

Article Image

ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l

ସୁବର୍ଣ୍ଣପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l ‎ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ‎ତରଭା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ସଦସ୍ୟା ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରସହଯୋଗୀ ଧନୁର୍ଦ୍ଧର ନାଏକ ସମସ୍ତଙ୍କୁ ସ୍ବାଗତ ଜଣାଇଥିବା ବେଳେ ତାଲିମ୍ ପ୍ରଶିକ୍ଷକ ଗୁଣନିଧି ମାଝୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ସଭl କାର୍ଯ୍ୟ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଅତିଥି...