
: ରାଇରଙ୍ଗପୁର ରେ ଚାଲିଛି ଅଜନ୍ତା ସର୍କସ : ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ବିଶ୍ବ ବିଖ୍ଯାତ ରଥଯାତ୍ରା ଉପଲକ୍ଷେ ଲୋକମାନଙ୍କୁ ଆମୋଦିତ କରିବା ନିମନ୍ତେ ଅଜନ୍ତା ସର୍କସ ଆସିଅଛି l ଆଜିର ଉଦଘାଟନୀ କାର୍ଯ୍ଯକ୍ରମରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ...

ବର୍ଷିୟାନ କଂଗ୍ରେସ ନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ। ବର୍ଷିୟାନ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ,ପଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ତଥା ଆମ ଅଞ୍ଚଳର ନିର୍ଭିକ ରାଜନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ ପାଇଛି। ଜଣେ ଜଣାଶୁଣା ସମାଜସେବୀ, ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା, ଅନେକ ମନ୍ଦିର ନିର୍ମାଣ ରେ ସହଯୋଗ, ଶିକ୍ଷାନୁଷ୍ଠାନ ଗଠନରେ ସ୍ବର୍ଗତ ମୁରଲୀଧର ରଥ ଙ୍କର ବିଶେଷ ଭୂମିକା ରହିଥିଲା। ତାଙ୍କର ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କର ବିୟୋଗ କଂଗ୍ରେସ ଦଳ...

ବି ଇ ଓ ଅଫିସ କୁ କୁଜଙ୍ଗ ସ୍ଥାନାନ୍ତରିତ କରିବାକୁ ଦାବି -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର ବି ଇ ଓ ଅଫିସ ପଙ୍କପାଳ ରୁ କୁଜଙ୍ଗ କୁ ସ୍ଥାନାନ୍ତରିତ କରିବାକୁ ଦାବି କରାଯାଉଛି, ଏ ନେଇ କୁଜଙ୍ଗ ଓକିଲ ସଂଘ ସଭାପତି ଏ ନି ଡି ଯାଦବ ଙ୍କ ସହ କୁଜଙ୍ଗ ର ବୁଦ୍ଧିଜୀବୀ ଙ୍କ ଦାବି କରାଯାଉଛି, ବିଭିନ୍ନ ବିକାଶ ମୂଳକ କାଯ୍ୟ କୁ ତୋରାନ୍ୱିତ କରାଯିବା ସହିତ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାଯ୍ୟଳୟ କିପରି କୁଜଙ୍ଗ ସ୍ଥାନାନ୍ତରିତକରାଯିବ ସେ ନେଇ ମୁଖ୍ୟ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଙ୍କ ପାଖରେ...

ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚର ଉତ୍ସବ* ଜୀବନରେ ମିଳିଥିବା ସାହାଯ୍ୟ, ସହଯୋଗକୁ ସମାଜ କଲ୍ୟାଣରେ ବିନିଯୋଗ ପାଇଁ ଆହ୍ବାନ ତିର୍ତ୍ତୋଲ-୨୮/୬-(ରିପୋର୍ଟ-ଟୁକନ ସେଠୀ)-: ତିର୍ତ୍ତୋଲ ବ୍ଲକ ସାରଦା ଏକାଡେମୀ କନକପୁର ୧୯୮୧ ପ୍ରାକ୍ତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ସ୍ମୃତି ଗୌରବର ଅଷ୍ଟମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ସ୍ମୃତି ସ୍ୱାଗତିକା -୨୦୨୫ ଲୋଟସ ରିସର୍ଟ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସହପାଠୀ ଇଂ ଭକ୍ତ ରଂଜନ ମହାନ୍ତିଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବରେ ସହପାଠୀ ସହପାଠିନୀ ସ୍କୁଲ ବେଳର ସ୍ମୃତି ରୋମନ୍ଥନ କରିଥିଲେ । ଜୀବନକାଳରେ ଅନ୍ୟମାନଙ୍କଠାରୁ ଯେଉଁ ସାହାଯ୍ୟ, ସହଯୋଗ ପାଉଛୁ ତାହାର ପ୍ରତିଦାନରେ ସମାଜ...

ବାପା ମା ଜୀବନ୍ତ ଦେବତା ଦେବୀ - ତିର୍ତ୍ତୋଲ-୨୭/୬-(ରିପୋର୍ଟ-ଟୁକନ ସେଠୀ)-ପବିତ୍ର ଘୋଷ ଯାତ୍ରା ଅବସରରେ ଝଙ୍କଡ଼ ସତସଙ୍ଗ ଠାରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ର ଅଫିସରବାବାଜୀ ଚରଣ ବିଶ୍ୱାଳ(ସତସଙ୍ଗ ର ଯାଜକ କର୍ମୀ) ଙ୍କ ପିତା ବାଉରିବନ୍ଧୁ ବିଶ୍ୱାଳ ଙ୍କ ଜନ୍ମ ଦିନ ଅବସରରେ ଏକ ସତସଙ୍ଗ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସ. ପ୍ର.ୠ.ସତ୍ୟବାନ ତ୍ରିପାଠୀ ପରିଚାଳନା କରିଥିଲେ।ପ୍ରାରମ୍ଭିକ ସୂଚନା ବିଷ୍ଣୁ ଚରଣ ସାହୁ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କର୍ମୀ ହେମନ୍ତ ବର୍ଦ୍ଧନ, କୁଜଙ୍ଗ ଅଗ୍ନିଶମ ବିଭାଗର କାର୍ତ୍ତିକ ଚନ୍ଦ୍ର ସାହୁ, ଉତ୍ତମ ରାଉତ, ରବୀନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଜୀବନ ଦେବତା ପିତା ମାତା ବୋଲି ଶ୍ରୀଶ୍ରୀଠାକୁର...

(ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ) ଜଗତସିଂହପୁର -ତା ୨୭.୦୬.୨୦୨୫ ଜଗତସିଂହପୁର ଜ଼ିଲ୍ଲା ର ଲଘୁଶ୍ରୀକ୍ଷେତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଠାରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ମଙ୍ଗଳସ୍ମୃତି ପାଠ, ମଙ୍ଗଳ ଆଳତି, ସ୍ନାନାଦି ନିତ୍ୟକ୍ରିୟା ସଂପାଦନ, ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ପାକଶାଳା ପୂଜା, ବୈଷ୍ଣବାଗ୍ନି ସଂସ୍କାର,ଷୋଡଶ ଉପଚାର ପୂଜା, ରଥପ୍ରତିଷ୍ଠା ଓ ପତାକାଲାଗି , ଅପରାହ୍ନ ରେ ପ୍ରଭୁଙ୍କ ପହଣ୍ଡି ବିଜେ ପରେ ଠାକୁର ରାଜା ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଯୋଗଦେଇ...

କଂଗ୍ରେସର ୮ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଗ୍ରସ୍ତ ===-===-=== କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶକୁ ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟିର କଂଗ୍ରେସ ପକ୍ଷରୁ ଆଠ ଜଣିଆ ପ୍ରତିନିଧି ଦଳ ଗ୍ରସ୍ତ କରିଛି ।ଏହି ଗ୍ରସ୍ତ କାଳରେ ପ୍ରଥମେ ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗ୍ରାମ ଫୁଲଖାଇ ମନ୍ଦିର ନିକଟରେ ଏକ ସଭା ସଂଗ୍ରାମୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ସୁଧାଂଶୁ ଶେଖର ଦେଓ,ବିଧାୟକ ସାଗର ଚରଣ ଦାସ,ବିଧାୟକ ସତ୍ୟଜିତ ଗମାଙ୍ଗ,ଯସବନ୍ତ ସିଂ ଲାଗୁରି, ଅନୁସଚିତ ଜାତି ଅଧକ୍ଷ ମାନସ ମଲ୍ଲିକ,ଜିଲ୍ଲା...

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଜୁବ ବିଜେପି ଅମରେନ୍ଦ୍ର ଛାତ୍ର ସେନା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପ୍ରତି ବର୍ଷ ଭଳି ମଧ୍ୟ ବଡ଼ ଧୁମଧାମରେ ପ୍ରବିତ୍ର ରଥଜାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ନାଉଗାଁ ବ୍ଲକ୍ ସଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଜୁବବିଜେପି ଅମରେନ୍ଦ୍ର ଛାତ୍ର ସେନା ଆଲୋକ ପାଲ (ପପୁ ଭାଇ) ନେତୃତ୍ବରେ ବିକାଶ ସ୍ବାଇଁ ସନ୍ତୋଷ ଦାସ ମାନସ ବାରିକ୍...

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଛାତ୍ର ସେନା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପ୍ରତି ବର୍ଷ ଭଳି ମଧ୍ୟ ବଡ଼ ଧୁମଧାମରେ ପ୍ରବିତ୍ର ରଥଜାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ନାଉଗାଁ ବ୍ଲକ୍ ସଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଜେପି ଛାତ୍ର ସେନା ପଖ୍ୟରୁ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଦେଖିବାକୁ ଆସିଥିବା ଦୁର ଦୁରାନ୍ତ ରୁ ଆସିଥିବା...

ମଙ୍ଗଳା ମନ୍ଦିର ସମ୍ମୁଖ ରେ କୁନିରଥ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ କାକଟପୁର 27/7-: ( ତୁଷାର ଦୀକ୍ଷିତ ) ଆଜି ପବିତ୍ର ରଥ ଯାତ୍ରା,ଜଗନ୍ନାଥ ମନ୍ଦିର ସହିତ ଓତଃ ପ୍ରତଃ ଭାବେ ଜଡିତ ଥିବା ମଙ୍ଗଳା ମନ୍ଦିରରେ ରଥଯାତ୍ରା କୁ ଅଣ୍ଟା ଭିଡ଼ିଛନ୍ତି ମା ମଙ୍ଗଳା ଙ୍କ ପୂଜା ପଣ୍ଡା ଶରତ ଦୀକ୍ଷିତ ଏକ କୁନି ରଥ କରି କୁନି ଛୋଟ, କୁନି ସେବାୟତ ପିଲା ମାନଙ୍କୁ ଧରି ସମସ୍ତ ପୂଜା ନୀତି କରି ବଜ଼ାର ବଜାର ପରିକ୍ରମା କରାଇ ଥିଲେ .ଏହି କୁନି ରଥ ଦେଖିବାକୁ କାକଟପୁର ବଜାର ଏକ ପ୍ରକାର ଗହଳି ଦେଖା ଦେଇଥିଲା...

କ୍ଷେତ୍ରବାସୀ ସ୍ୱାଇଁ ପାଠାଗାର ରେ ଶ୍ରାଦ୍ଧ ଉତ୍ସବ ତିର୍ତ୍ତୋଲ-୨୭/୬-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଲଙ୍କାପଡା ସ୍ଥିତ କ୍ଷେତ୍ରବାସୀ ପାଠାଗାର ଠାରେ ସମାଜସେବୀ କ୍ଷେତ୍ରବାସୀ ସ୍ୱାଇଁ ଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଅଛି । ଏହି ଉତ୍ସବ କୁ ଜଗତସିଂହପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏ ସ୍ ପି) ଶ୍ରୀ ଭବାନୀ ଶଙ୍କର ଉଦଗାତା ଉଦଘାଟନ କରିଥିଲେ । ପାଠାଗାର ର ପ୍ରତିଷ୍ଠାତା କ୍ଷେତ୍ରବାସୀ ଙ୍କ ଜ୍ୟେଷ୍ଠ ପୁତ୍ର ଡ. ଇଂ : ପ୍ରଭାକର ସ୍ୱାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ମଧ୍ୟମ ପୁତ୍ର ଡ. ଦିବାକର ସ୍ୱାଇଁ , ସମ୍ମାନିତ...

ସାମ୍ବାଦିକ ଙ୍କ ପିତୃ ବିୟୋଗ କାକଟପୁର, 27/6 :( ତୁଷାର ଦୀକ୍ଷିତ ) କାକଟପୁର ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ରାଉତ ଙ୍କ ପରମ ପୂଜ୍ୟ ପିତୃଦେବ ଗୋବିନ୍ଦ ଚନ୍ଦ୍ର ରାଉତ ଙ୍କ ଗତକାଲି ( ମଙ୍ଗଳ ବାର ) ରାତ୍ର 11ଘଟିକା ସମୟରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା l ଗତ 4 ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଲ ପଡିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା l ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ତାଙ୍କୁ ବଞ୍ଚାଇବା...