
ନଦୀକୁ ଡେ଼ଇଁ ଯୁବକ ନିଖୋଜ ନାଉଗାଁ, ୨୨/୭): ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ଦେବାଶିଷ ପରିଜାଙ୍କ ଏକମାତ୍ର ୨୪ ବର୍ଷର ପୁଅ ରାଜା ସ୍ଥାନୀୟ କଣିପଡା ସ୍ଥିତ ସରକାରୀ ବହୁବୃତି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲା। କିନ୍ତୁ ଆଜି ସକାଳୁ ସେ ତାର ସ୍କୁଟି ନେଇ ବିଦ୍ୟାଳୟକୁ ନଯାଇ ଗାରୋଇ ନିକଟରେ ଦେବୀନଦୀରେ ଥିବା ଏକ ପଥର ବୁରୂଜ ନିକଟର ନଦୀ ପଠାରେ ସ୍କୁଟି ଓ ଚପଲ ରଖି ନଦୀକୁ ଡେ଼ଇଁ ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଦେଖି ନାଉଗାଁ ଥାନାକୁ...

ଖରିଫ ଚାଷ ପାଇଁ, ସାରଳା କେନାଲ ରେ ଛଡାଗଲା , ତାଳଦଣ୍ଡା କେନାଲର ପ୍ରଥମ ପାଣି ତିର୍ତ୍ତୋଲ-୨୩/୭-ଚଳିତ ବର୍ଷର ଖରିଫ୍ ଚାଷ ପାଇଁ ତାଳଦଣ୍ଡା କେନାଲ ର ନୂଆପଡ଼ା ଠାରୁ ୧୨ ନମ୍ବର ସାରଳା କେନାଲ ରେ ଗତ ୨୧ ତାରିଖ ସୋମବାର ଦିନ ପୂର୍ବାହ୍ନ ରେ ପ୍ରଥମ ପାଣି ଛଡ଼ାଯାଇଛି। ଏହା ଦ୍ବାରା ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ବ୍ଲକ ର ୫୫ ଟି ଗ୍ରାମ ପଞ୍ଚାୟତ ର ୧୨ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତ୍ୟୁଷ କୁମାର ତରାଇ ସୂଚନା ପ୍ରଦାନ କରିଅଛନ୍ତି। ପ୍ରଥମ...

ମା ରମାଦେବୀ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ପାଳିତ ଜଗତସିଂହପୁର /ତିର୍ତୋଲ ୨୨.୦୭.୨୦୨୫ ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ମା ରମାଦେବୀ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ପରିସର ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସର ରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ , ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ...

୩ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ଜଗତସିଂହପୁର ତା =22/7/25 ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ୩ ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ଆଳିପିଙ୍ଗଳ ଠାରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ବେଆଇନି ଭାବେ ବିସ୍ଥାପିତ ହୋଇଥିବା ଷୋହଳ ଦଳିତ ପରିବାର ଙ୍କୁ ବସୁନ୍ଦରା ଯୋଜନାରେ ଘର ଢିଅ ପଟା ଏବଂ ବାସଗୃହ ଯୋଗାଇଦେବା ସହିତ କ୍ଷତିପୂରଣ ପ୍ରଦାନ କରିବା | ଚାଟ୍ରା ଠାରେ ବସବାସ କରୁଥିବା ଅନୁସୂଚିତ ଜାତି ବର୍ଗର ଲୋକ ମାନଙ୍କୁଜୟଗୁରୁ ଆଶ୍ରମ ରେ ଜାତିଆନା ଆକ୍ଷେପ ବନ୍ଦ...

ଗୋଟେ ପଟେ ଛାତ୍ରୀ ନିର୍ଯାତନା ନିର୍ଯାତନା ଛାତ୍ରୀ ପୋଡ଼ି ହେବା ଏବଂ ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ଜଗତସିଂହପୁର ଜିଲ୍ଲା ରେ ଜଣେ ଯୁବତୀ ବଳତ୍କାର ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଲାଣୀ ସୁଚନା ରୁ ପ୍ରକାଶ ଜଗତସିଂହପୁର ଜିଲା ସଦର ଥାନା ଚାନ୍ଦ ଗଡ଼ ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପିଡିତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ଘରୁ ଚାଲି ଚାଲି ସାଙ୍ଗ ର ଜନ୍ମ...

ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠନ ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଉଦିତ ପ୍ରଧାନ ନିଲମ୍ବିତ । ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ । ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ମିଳିଥିବା ଖବର ଅନୁଯାଇ ଯେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ...

ଓଡିଶା ବିଭିନ୍ନ ଶୈବପୀଠରେ କାଉଡ଼ିଆ ମହା ଦେବଙ୍କୁ ଜଳ ଲାଗି କଲେ ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ )ଶୈବପୀଠରେକାଉଡ଼ିଆଙ୍କଗହଳିଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ସମସ୍ତ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଗହଳି । ଦେବଦେବ ମହାଦେବଙ୍କୁ କରୁଛନ୍ତି ଜଳାଭିଶେକ ।ଶ୍ରାବଣ ଦ୍ବିତୀୟ ସୋମବାର ପାଇଁ ଓଡିଶା ର ବିଭିନ୍ନ ଶିବ ମନ୍ଦିର ରେ ସଖାଳୁ ଭକ୍ତ ଙ୍କ ଭିଡ଼ ଦେଖି ବାକୁ ମିଳିଚି ଶୁଭୁଥିଲା ‘ବୋଲ୍ ବମ୍ ହର ହର ବମ୍’, ‘ଭୋଲା ବାବା ପାର୍ କରେଗା’ ଓ ‘ଜଟିଆ ବାବା ପାର୍ କରେଗା’ ଭଳି କାଉଡ଼ିଆଙ୍କ ଡାକରା ଏବଂ ବିଭିନ୍ନ ଶିବ ଭଜନ ତଥା...

ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ* *ସରପଞ୍ଚଙ୍କ ପୁଅ ଚୋରି କରିଥିପା ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ରଶ୍ମି ରଂଜନ ଦାଶ* ତିର୍ତ୍ତୋଲ-୨୧/୭-(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅଧିନ ଗୋପାଳପୁର ପଞ୍ଚାୟତ ପୁଟିଙ୍ଗ ଗ୍ରାମ ରେ ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଏମିତି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଗୋପାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରଂଜନ ଦାସ।ରଶ୍ମିରଂଜନ ଙ୍କ କହିବା କଥା ଏ କୌଣସି କାମ ଯୋଗୁ ଜଗତସିଂହପୁର ଯାଉଥିବା ବାଟରେ ଉକ୍ତ ସ୍ମସାନ କିସମ ଜାଗା ଟି ସଫା ହେଉଥିବା ଦେଖି ସେ ସଙ୍ଗେ ସଙ୍ଗେ...

ଶ୍ରାବଣୀ ଉପଲକ୍ଷେ ଝଙ୍କଡ଼ ସାରଳା ପୀଠ ରୁ ପାରାଦୀପ ସାରଳା ମନ୍ଦିର, ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା ତିର୍ତ୍ତୋଲ-୨୧/୭-(ରିପୋର୍ଟ-ଟୁକନ ସେଠୀ)-ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ, ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମବାସୀ ମାନେ ଶ୍ରାବଣ ମାସ ଉପଲକ୍ଷେ, ପୁରୀ ଶ୍ରୀକ୍ଷେତ୍ର ଆଦି ବିଭିନ୍ନ ଧର୍ମପୀଠ କୁ ସଂକୀର୍ତ୍ତନ ଶୋଭାଯାତ୍ରା ରେ ଯାତ୍ରା କରିଆସୁଥିବା ବେଳେ ଚଳିତ ବର୍ଷ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ...

ସିଦ୍ଧଲ ବଳଦେବ ଜୀଉ ଙ୍କ ମନ୍ଦିର ରେ ଜଗନ୍ନାଥ ପାଞ୍ଚରାତ୍ର ର ଉଦଘାଟନ ସମାରୋହ ତିର୍ତ୍ତୋଲ-୨୧/୭- ଜଗତସିଂହପୁର ଜିଲ୍ଲାର ସର୍ବପ୍ରାଚୀନ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଗତ ୨୦ ତାରିଖ ରବିବାର ଦିନ ସନ୍ଧ୍ୟାରେ ତୃତୀୟ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚରାତ୍ର କମିଟି ର ମାର୍ଗ ଦର୍ଶକ ଶ୍ରୀ ଜଗନ୍ନାଥ ସଂସ୍କୃତି ର୍ ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏଥିରେ ଉଦଘାଟକ ତଥା ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବ୍ୟାସ...

ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା ଜଗତସିଂହପୁର/ତିର୍ତୋଲ ୨୧/୭.ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ କାଡୁଆପଡାସ୍ଥିତ ଗାଦିବ୍ରମ୍ହ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଇସିସି କମିଟିର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ...

ସୁଦେଷ୍ଣା ପକ୍ଷରୁ ସାରସ୍ବତ ଆଲୋଚନା ଚକ୍ର ଜଗତସିଂହପୁର, ପୁରୀ ଜିଲ୍ଲାର ସୁଦେଷ୍ଣl ପ୍ରମୋଦ ସାହିତ୍ୟ ସଂସଦ ତଥା ନିର୍ଭୀକ ଓ ନିରପେକ୍ଷ ଦୈନିକ ଖବରକାଗଜ"ସୁଦେଷ୍ଣା" ପକ୍ଷରୁ କୁଜଙ୍ଗ ନିକଟ ୧୫ ନମ୍ବର ସ୍ଥିତ ଅବଳା ସଂସ୍କୃତି ଭବନ ଠାରେ "ବେପାରୋନ୍ମୁଖୀ ସାହିତ୍ୟ" ଶୀର୍ଷକସ୍ଥ ଏକ ଆଲୋଚନାଚକ୍ର , କବିତା ପାଠୋତ୍ସବ ତଥା ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡ଼.ବସନ୍ତ ମଞ୍ଜରୀ ଦାସଙ୍କ କବିତା ସଙ୍କଳନ ''ନୀତି ରତ୍ନାକର" ପୁସ୍ତକ ସମୀକ୍ଷା କାର୍ଯ୍ୟକ୍ରମ , ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଖବରକାଗଜର...