
ତିର୍ତୋଲ ବ୍ଲକରେ ଅନୁଷ୍ଠିତ ବିକଶିତ ଗାଁ, ବିକଶିତ ଓଡିଶା ସଭା ମଞ୍ଚକୁ , ତିର୍ତୋଲ ବିଧାୟକ ନଥିଲା କି ନିମନ୍ତ୍ରଣ ? ତିର୍ତୋଲ ୧୭/୭ (ସ୍ପେଶାଲ କରସ୍ପ ଣ୍ଡେଣ୍ଟ) ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୁମାର ଉତ୍ସବ ପଡିଆ ରେ ତିର୍ତୋଲ ବ୍ଲକ ତରଫରୁ ସରକାରଙ୍କ ଏକବର୍ଷ ଶାସନ ପୂର୍ତ୍ତି ଅବସର ରେ ଜନସାଧାରଣ ଙ୍କୁ ତୋଫା ଦେବା ନିମନ୍ତେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ଗ୍ରାମ ପଂଚାୟତ ର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ତିର୍ତୋଲ ବ୍ଲକ ପାଇଁ ୩କୋଟି ୬୯ଲକ୍ଷ୍ୟ ଟଙ୍କାର ୮୧ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ ହେଉ ଥିବା ସଭାରେ ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇଙ୍କ ଦେଖା...

ମୋଟାବାଡି ଠାରୁ ଖମାରପଲ୍ଲି ରାସ୍ତା ଅତି ଶୋଚନୀୟ, ପ୍ରତିକାର ଦାବୀ ବୁଗୁଡ଼ା,୧୭/୦୬(ସୋରେନ କୁମାର ପ୍ରଧାନ):ଗମନାଗମନର ସୁବିଧା ପାଇଁ ଗ୍ରାମାଞ୍ଚଳରେ ରାସ୍ତା ସହ ସେତୁ ନିର୍ମାଣ କରାଯାଇଥାଏ ହେଲେ "ସରକାର୍ କା ମାଲ୍ ଦରିଆ ମେ଼ ଡାଲ୍" ନୀତି ରେ କେଉଁଠି ପ୍ରଶାସନ ତ' ଆଉ କେଉଁଠି ଠିକା ସଂସ୍ଥା ର ମନ ମୁଖି ନୀତି ପାଇଁ ରାସ୍ତା କାମ ନ ସାରି ଅଧାପନ୍ତରିଆ ହୋଇ ପଡି ରହୁଛି, ଯାହାଫଳରେ ଲୋକଙ୍କୁ ଡହଗଞ୍ଜ ହେବାକୁ ପଡିଥାଏ, ଠିକ୍ ସେଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମ ଠାରୁ ଖମରପଲ୍ଲୀ ରାସ୍ତା ସହିତ ଜଡ଼ିତ...

ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ତରଫରୁ ରଜ ଉତ୍ସବ ପାଳିତ l କାକଟପୁର ୧୭/୬ :- ( ତୁଷାର ଦୀକ୍ଷିତ ) ରଜଉତ୍ସବ ପୁର ଠାରୁ ପଲ୍ଲୀ ସବୁଆଡେ ଏକ ଗଣପର୍ବ ଭାବେ ମହାଉଲ୍ଲାସ ରେ ପାଳିତ ହୋଇଯାଇଥିବା ବେଳେ ସେଥିରେ ସାମିଲ ହୋଇଛନ୍ତି କାକଟପୁର ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ର ସମସ୍ତ କର୍ମୀ, କର୍ମଚାରୀ, କିଶୋରୀ ବାଳିକା, ବାଳକ ଓ ଅନ୍ୟମାନେ l ଉଦେଶ୍ୟ କିଶୋରୀ ବାଳିକା ବାଳକ ମାନଙ୍କ ପରିଚୟ ସୃଷ୍ଟି କରିବା ଓ ସେମାନଙ୍କୁ ସଶକ୍ତିକରଣ କରାଇବା l ଏହି ମହାନ ଉଦେଶ୍ୟ ନେଇ ରଜ ଉତ୍ସବ...

ବଡ଼ଚଣା ବ୍ଲକ ଛତିଆ ପଂଚାୟତର ପଟଣା ବାଲିଯାତ୍ରା ପଡିଆରେ ୩ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ରଜ ମହୋତ୍ସବ ଓ ଖାଦ୍ୟ ମେଳାର ଉଦଯାପିତ ହୋଇଯାଇଛି. ପ୍ରଥମ ଦିନ ବୈରୀ ଥାନା ଆଇଆଇସି ଅଂଶୁମାଳା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରଜ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ସକୁନ୍ତଳାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଖାଦ୍ୟ ମେଳାର ଉଦଘାଟନ କରିଥିଲେ. ସ୍ଥାନୀୟ ୫/୭ ଖଣ୍ଡି ମୌଜାର ମହିଳା ଓ ଯୁବତୀମାନେ ଆସି ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରକାରର ଦୋଳି ଖେଳିବା ସହ ଚଟପଟି ଖାଦ୍ୟର ଭରପୁର ମଜା ନେଇଥିଲେ. ଗୌରୀ ଶଙ୍କର...

ବିକଶିତ ଗାଁ ବିକଶିତ ଓଡିଶା, ସାରଥି ସାଜିଲେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା । - ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠି)-ଓଡିଶା ରାଜ୍ୟରେ ମୋହନ ମାଝି ନେତୃତ୍ବାଧିନ ସରକାର ଙ୍କ ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ,ପଞ୍ଚାୟତ ସମିତି ତିର୍ତ୍ତୋଲ ପକ୍ଷରୁ ,ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ଲକ୍ ବଜାର ସ୍ଥିତ ଜୟ ପ୍ରକାଶ ମଇଦାନ କୁମାର ଉତ୍ସବ ସମିତି ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଦର୍ଶକ ଗାଲେରୀରେ ତିର୍ତ୍ତୋଲ ବ୍ଳକର ୨୯ ଗୋଟି ପଞ୍ଚାୟତ ରୁ ଆସିଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିବା ବେଳେ, ଅତିଥିଭାବେ ଶିଳ୍ପ ଏବଂ ଦକ୍ଷତା...

ଚିକିତ୍ସା ରେ ଅବହେଳା , ପୁଣି ଏକ ନିଷ୍ପାପ ଶାରୀରିକ ଭିନ୍ନକ୍ଷମ ଶିଶୁ ଜନ୍ମ ତିର୍ତ୍ତୋଲ-୧୭/୬-ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭାରତର ସମୁନ୍ନତି କୁ ଅସ୍ବୀକାର କରାଯାଇନପାରେ । ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ତାର ସ୍ଵତନ୍ତ୍ରତାକୁ ବଜାୟ ରଖିଛି। ଏଥି ପାଇଁ ଉଚ୍ଚସ୍ତରୀୟ ଗବେଷଣା ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଆବିଷ୍କାର ସ୍ବାସ୍ଥ୍ୟ ସେବାକୁ ସହଜ ଓ ସୁଗମ କରି ପାରିଛି । ତଥାପି ବେଳେବେଳେ ଚିକିତ୍ସକଙ୍କ ବେପରୁଆ ମନୋଭାବ ଓ ସାମାନ୍ୟ ଅସାବଧାନତା ଯୋଗୁଁ ବ୍ୟକ୍ତିର ଅଶେଷ କ୍ଷତି ସାଧିତ ହୋଇଥାଏ । ଏହାର ସଦ୍ୟତମ ଉଦାହରଣ କେନ୍ଦ୍ରାପଡ଼ା...

ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ନାଉଗାଁ;୧୭/୦୬/ ବିକ୍ରମ ଓଡିଶା ନିୟଜୁ,ପବିତ୍ର ରଜ ଉତ୍ସବ ଅବସରରେ ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡ଼ା ସ୍ଥିତ ମା' ଜାଗୁଳାଇ ମନ୍ଦିର ପରିସରରେ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ ଡାକ୍ତର ବିଚିତ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ବିଶିଷ୍ଟ...

ବିପଦ ପୂର୍ଣ ଅବସ୍ଥାରେ ଆଦିକବି - ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ କଟକ-ପାରାଦୀପ ରାସ୍ତାର ସାରଳା ରୋଡ ନିକଟ ରେ ମାର୍ଚ୍ଚ ୬ ତାରିଖ ୨୦୨୩ ମସିହାରେ ସ୍ଥାପିତ ହୋଇଥିଲା ଆଦିକବି ସାରଳା ଦାସ ଙ୍କ ପ୍ରତିକୃତି।ଏହାକୁ ଉଦଘାଟନ କରିଥିଲେ ବିଶିଷ୍ଟ ସାହିତ୍ୟିକ ସାତକଡୀ ହୋତା,ନିରଞ୍ଜନ ରଥ, ଅଶୋକ କୁମାର ମହାପାତ୍ର,ସିତାବଲ୍ଲବ ମହାପାତ୍ର, ଧନେଶ୍ୱର ବିଶ୍ୱାଳ,ପର୍ଶୁରାମ ଡିବେଦୀ ପ୍ରମୁଖ।ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରତିକୃତି ବିପଦ ପୂର୍ଣ ଭାବେ ରହିଛି।କେତେବେଳେ ଏହା ଓଲଟି ପଡିବ କହିହେବ ନାହିଁ।ବିଭିନ୍ନ କାର୍ଯ୍ୟକ୍ରମ କୁ ଏହି ବାଟ ଦେଇ ଗଲାବେଳେ ନେତା ମନ୍ତ୍ରୀ ସାହିତ୍ୟିକ ମନେ ଫୁଲ ମାଳଟିଏ ପକାଇଦେଇଥାନ୍ତି ସତ ଏହାର ସ୍ଥାୟୀତ୍ୱପ୍ରତି କାହାର ନଜର...

ସନ୍ତୋଷୀ ମନ୍ଦିରରେ ପ୍ରବଚ଼ନ ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ) ତିର୍ତୋଲରଗୋପିଆ କୁଦଠାରେ ଥିବା ମାସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା)ଙ୍କ ପୌରୋହିତରେ ପବିତ୍ର ରଜ ସଂକ୍ରାନ୍ତିର ପବିତ୍ର ସଂଧ୍ୟାରେ ଶ୍ରୀଜଗନ୍ନାଥ ସଂସ୍କୃତିର କଥା ପ୍ରଚାରକଥା ସିଦ୍ଧାର୍ଥ ଟି.ଭିର ଯାଇଫୁଲ ମାଳିକା ପ୍ରବଚ଼କବାବା ଦିବାକର ଦାସ ମହାରାଜ କଳିଯୁଗର ବିପଥଗାମୀମନୁଷ୍ୟକୁସତ୍ ପଥରେ ଅନୁସରଣ କରି ଚାଲିବାକୁ ଏକ ଦିବ୍ୟପରାମର୍ଶ ପ୍ରଦାନ କରିଥିଲେ । ଅନୁଷ୍ଠିତ ଏକ ଦିବସୀୟ ସଂଧ୍ୟା କାର୍ଯ୍ୟକ୍ରମରେ ସନ୍ତୋଷୀ ମାଆଙ୍କ ମୂଖ୍ୟ ସେବିକା ମାତା ବାସନ୍ତୀଙ୍କ ପରିଚାଳନାରେ ସନ୍ତୋଷ ନାୟକ,ନୃସିଂହନାଥ , ଶଶାଙ୍କ ନାଥ ଶର୍ମା, ସନ୍ତୋଷନାଥ.ସୁମନ୍ତ ନାଥ,କୁମରନାଥ ଓ ଅଚ୍ୟୁତନାଥ ପ୍ରଭୃତି ସହଯୋଗ...

: ନୁଦୁରାମ ସୋରେନ ସହିଦ ଦିବସ ପାଳିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଟ୍ଯାକ୍ସି ଷ୍ଚାଣ୍ଡ ନିକଟରେ ଥିବା ସହିଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତୀ ଠାରେ ସହିଦ ନୁଦୁରାମ ମେମୋରିଆଲ ଟ୍ରଂଷ୍ଟ ପକ୍ଷରୁ ଅଧ୍ଯାପକ ବିଜୟ କୁମାର ରାମଙ୍କ ଆବାହକତ୍ବରେ ନୁଦୁରାମ ସୋରେନ ସହିଦ ଦିବସ ପାଳିତ ହୋଇଯାଇଛି l ଏଥିରେ...

ଦୁଆଡିଆ ବାଲିସାହି ରେ ରଜ ଉତ୍ସବ ପାଳନ କରାଯାଇଅଛି, ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଗୋପିଆକୁଦ ଗ୍ରାମ ପଞ୍ଚାୟତ ରେ ଥିବା ଦୁଆଡ଼ିଆ ବାଲିସାହି ରେ ଥିବା ମା ଗଙ୍ଗା ଦେବୀ ୟୁଥ କ୍ଲୁବ ତରଫରୁ ତିନି ଦିନ ଧରି ବଡ ଧୂମ୍ ଧାମରେ ରଜ ଉତ୍ସବ ପାଳନ କରାଯାଇଅଛି,ପ୍ରଥମ ଦିବସରେ ଏହି କାର୍ଯ୍ୟକ୍ରମ କୁ ଗାଁ ର ମୁରବି ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ଉଦ୍ଘାଟନ କରିଥିଲେ, ଶେଷ ଦିବସ ରେ କମିଟି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା, ଏହି ସଭାରେ ମୁଖ୍ୟ ଅତିଥି ହେଲେ ପଂଚାୟତ...

ବିଶିଷ୍ଟ ସମାଜସେବୀ √ଗଗନ ବିହାରୀ ପୃଷ୍ଟିଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ)-ବିଶିଷ୍ଟ ସମାଜସେବୀ ତଥା ସେବାନିବୃତ୍ତ ଇଂ ଗଗନ ବିହାରୀ ପୃଷ୍ଟିଙ୍କ ମରଣୋତ୍ତର ଏକାଦଶାହ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ଜନ୍ମସ୍ଥାନ ସିରସ୍ତା ଗ୍ରାମରେ ତାଙ୍କର ସୁପୁତ୍ର, ପୁତ୍ରବଧୂ ତଥା ଆତ୍ମୀୟ ସ୍ଵଜନଙ୍କ ଦ୍ୱାରା ସାଗ୍ରହ ଭାବେ ସମାହିତ ହେଲା। ଏହି ଅବସରରେ ପ୍ରଥମେ ତାଙ୍କ ଇଷ୍ଟଦେବ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଭଜନ ସମାରୋହ ତିର୍ତ୍ତୋଲ ମଣ୍ଡଳ ଦ୍ୱାରା ପରିବେଷିତ ହୋଇଥିଲା। ତତ୍ ପରେ ପଣ୍ଡିତ ଡ଼ଃ ସିଦ୍ଧେଶ୍ୱର ପଣ୍ଡାଙ୍କ ପରିଚାଳନାରେ ସ୍ମୃତିଚାରଣ ସଭା ପରିଚାଳିତ ହେବା ସହ ପାରାଦ୍ଵୀପ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀଯୁକ୍ତ...