
ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିକାଶ ମେଳା ବୁଗୁଡ଼ା,୧୮/୦୬(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିକାଶ ମେଳା ରଥକୁ ପତକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର...

ଏମ ଏସ ଏକାଡେମୀର ୧୯୯୪ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଗୁରୁ ପୂଜନ ଉତ୍ସବ ତିର୍ତ୍ତୋଲ ୧୮/୬-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ଲକ ବଜାର ଠାରେ ଥିବା ୧୯୯୪ ମସିହା ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାର୍ଥ ସାରଥୀ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ ରେ ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟା ଲକ୍ଷ୍ମୀ ମହାନ୍ତି, ବୃନ୍ଦାବନ ତାରିଣୀଆ, ଅଞ୍ଜନା ପାତ୍ର, ଶ୍ୟାମ ସୁନ୍ଦର ଦାଶ, ମହେଶ୍ୱର ସାହୁ ଯୋଗଦେଇଥିଲେ l ଉପରୋକ୍ତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଥାନୀୟ ଲକ ବଜାର ନିକଟରୁ...

ଜଡ଼ତିରା ଗ୍ରାମରେ ରଜ ମହୋତ୍ସବ* ତିର୍ତ୍ତୋଲ:-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ଜଡ଼ତିରା ପଞ୍ଚାୟତରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ରଜ ମହୋତ୍ସବ ରେ କୁନି କୁନି ପିଲା ମାନଙ୍କ ପାଇଁ ଖେଳ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ରାତିରେ କୁନି କୁନି ପିଲା ମାନଙ୍କ ଦ୍ଵାରା ଗୀତ ନାଚ ଓ ରଜ ରାଜା ରାଣୀ କାଯ୍ୟକ୍ରମ ର ଆୟୋଜନ ହୋଇଥିଲା।ଏହି ରଜ ମହୋତ୍ସବ କୁ ଜଡ଼ତିରା ସରପଞ୍ଚ ଶିବପ୍ରସାଦ ସାହୁ,ଦେବେନ୍ଦ୍ର ପଣ୍ଡା,ପିତାମ୍ବର ପରିଡା,ସତ୍ୟବ୍ରତ ପରିଡା,ଜଗନ୍ନାଥ ପଣ୍ଡା,ପ୍ରକାଶ ସ୍ୱାଇଁ,ରଶ୍ମିରଂଜନ ପଣ୍ଡା ଓ ଗ୍ରାମବାସୀ ବୃନ୍ଦ ମିଶି ଏହି ରଜ ମହୋତ୍ସବ କୁ ଦାୟିତ୍ୱର ସହ ତୁଲାଇ ଥିଲେ।ଏଥିରେ ସ୍ଥାନୀୟ...

ପ୍ରାଚୀ ତଟ ଦେଉଳି ମଠ ରୁ ଶ୍ରୀକ୍ଷେତ୍ର କୁ ଗଲା ଅଣସର ଫଳ ଭାର l କାକଟପୁର ୧୮/୬ :- ( ତୁଷାର ଦୀକ୍ଷିତ ) ଦେବସ୍ନାନ ପୂର୍ଣ୍ଣିମା ରେ ସୁନା କୂଅରୁ ସହସ୍ର କଳସୀ ଜଳରେ ସ୍ନାନ କରି ଜ୍ୱର ହୋଇଥିବା ମହାପ୍ରଭୁ ଙ୍କୁ ଫୁଲୁରୀ ତେଲ ଓ ଚେର ମୂଳି ଔଷଧ ରେ ସାମାନ୍ୟ ସୁସ୍ଥ ହେବାପରେ ଫଳ ମୂଳ ସେବା ଲାଗିଥାଏ l ଏହି ସେବାରେ ପ୍ରାଚୀ କ୍ଷେତ୍ର ମା ମଙ୍ଗଳା ଙ୍କ ପୀଠ ର ଅନବସର ଫଳ ଭାର ଏକ ନିଆରା ପରମ୍ପରା l ପ୍ରଭୁ ଜଗନ୍ନାଥ ବିଶ୍ୱର ଏପରି ଏକ ଠାକୁର...

ଗାଈ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର - ତିର୍ତ୍ତୋଲ-୧୮/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅଧିନ ପିପ୍ପଳମାଧବ ପଂଚାୟତ ମହମ୍ମଦାବାଡଦ ଗ୍ରାମରେ ଗତକାଲି ମଙ୍ଗଳବାର ବିଳମ୍ୱିତ ରାତିରେ ଅର୍ଜୁନ ବାରିକ ଙ୍କ ଗୁହାଳରେ ନିଆଁ ଲାଗିଥିଲା।ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଲା ବେଳକୁ ଗୋଟିଏ ଗାଈ ସହ ବହୁମୂଲ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା।ନିଆଁ ଲାଗିବା ପରେ ଗୁହାଳ ରୁ ଗାଈ କୁ ଉଦ୍ଧାର କରିବାକୁ ଯାଇ ଅର୍ଜୁନ ଙ୍କ ଶରୀରରେ ନିଆଁ ଲାଗି ଆଘାତ ପ୍ରାପ୍ତ ହୋଇଥିଲେ।ତାଙ୍କୁ ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର କୁ ପଠାଯାଇଥିବା ଜଣ।ପଡିଛି।

ଜଗତସିଂହପୁର ପୌରାଞ୍ଚଳ ରେ ବିକାଶ ବାହନ ର ଶୁଭାରମ୍ଭ ଜଗତସିଂହପୁର, ତା ୧୮/୦୬/୨୫: ଆଜି ପୂର୍ବାହ୍ନ ରେ ଜଗତସିଂହପୁର ପୌର ପରିଷଦ ପରିସର ରେ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ର ବିକାଶ ସମ୍ବଳିତ ବାର୍ତ୍ତା ସହ ଆରମ୍ଭ ହୋଇଛି ବିକାଶ ବାହନ ଯାତ୍ରା। ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିକାଶ ରଥ କୁ ଶୁଭ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ,ଜିଲ୍ଲା...

ନିଟ୍ ପରୀକ୍ଷାରେ ଆସୁତୋଷ ସଫଳ ନାଉଗାଁ ୧୮/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପ୍ରଜ୍ଞାୟତ ଓଡପଏଙ୍ଗା ଗ୍ରାମର ପ୍ରକାଶ ଦାଶ,ମା ପ୍ରିୟଦର୍ଶିନୀ ଦାଶ ଙ୍କ ପୁଅ ଆସୁତୋଷ ଦାଶ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୫୮୨ନମ୍ବର ରଖ AIR ୩୦୧୪ରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେ ଆଗାମି ଦିନରେ ଜଣେ ଭଲ ଡାକ୍ତର ହୋଇ ଅଜ୍ଞଳ ବାସୀଙ୍କ ସେବା କରିବେ ବୋଲି ସୁଚନା ବେଦା ସହିତ ତାଙ୍କର ଏହି କୃତକାର୍ଯ୍ୟ ପାଇଁ ତାଙ୍କ ବାପା,ମା ଙ୍କର ପ୍ରଚେଷ୍ଟା ବୋଲି ସୁଚନା ଦେଇଛନ୍ତି। ଆଶୁତୋଷ ଙ୍କର ଏହି ସଫଳତା ହାସଲ କରିବାପରେ ପରିବାର ତଥା ଅଜ୍ଞଳରେ...

ବର୍ଷାରେ ଭୁଷୁଡି ପଡିଲା ଝାଟିମାଟି ଚା ଳ କୁଡିଆ ଘର ଅଳ୍ପକେ ବର୍ତ୍ତିଗଲେ ଅସହାୟା ଗୀତା ଦାସ ତିର୍ତ୍ତୋଲ-୧୮/୬-(ରିପୋର୍ଟ-ଟୁକନ ସେଠୀ)- ବିପଦ ଯଦି ଆସେ ତାର ଭାଇ ବନ୍ଧୁ ଙ୍କୁ ସାଙ୍ଗରେ ନେଇ ଆସେ। ମାତ୍ର ୬ ମାସ ପୁର୍ବରୁ ଦିନମଜୁରିଆ ସ୍ବାମୀ ଅଳୀ ଦାସ ଙ୍କୁ ହରାଇ, ଅସହାୟl ଅନାଥିନୀ ଗୀତା ଦାସ , ପୋଲିଓ ରୋଗ ରେ ଆକ୍ରାନ୍ତ ହୋଇଥିବା ୧୦/୧୨ ବର୍ଷର ଭିନ୍ନକ୍ଷମ ପୁଅ ସମ୍ବିତ ସହିତ ଯେଉଁ ଝୁମ୍ପୁଡ଼ି କୁଡିଆ ଘରେ ମୁଣ୍ଡଗୁଞ୍ଜିଥିଲେ, ଗତ ରବିବାର ଦିନ ବିଳମ୍ବିତ ରାତିରେ ସେହି ବସଗୃହଟି ବର୍ଷା ରେ ଭୁଷୁଡି ପଡିବାରୁ, ଅଳ୍ପକେ ବର୍ତ୍ତି ଯାଇଥିଲେ ମାଆ...

ପୋଖରୀ ଗାଁ ଦାଣ୍ଡ ରାସ୍ତା ର ବିକଳ ଚିତ୍ର ପ୍ରତିକାର ପାଇଁ ଯୁବ ସମାଜ ସେବୀ ଆଦେଶ ବସ୍ତିଆଙ୍କ ଦାବୀ | ~~~~~~~~~~~~~~~~ଜଗତସିଂହପୁ /ନିଆଳି 17/6/2025(ସରୋଜ ନାୟକଙ୍କ ରିପୋର୍ଟ )ନିଆଳି ବ୍ଲକ ପୋଖରୀଗାଁ ଗ୍ରାମପଞ୍ଚାୟତ ର ପୋଖରୀଗାଁ ଗାଁ ଦାଣ୍ଡ ରାସ୍ତାଟି ମରାମତି ଅଭାବରୁ ଯାତାୟାତ ପାଇଁ ଅନୁପଯୁକ୍ତ ହୋଇ ପଡିଛି!|ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି |ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ |ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଯୁବ ସଂଗଠକ ଆଦେଶ ବସ୍ତିଆ ଦାବୀ କରିଛନ୍ତି |

( ଯଂକୋଟି ପଞ୍ଚାୟତରେ କରିତକର୍ମ ଯନ୍ତ୍ରୀ ଏବଂ GRS ଙ୍କ ନେତୃତ୍ୱ ରେ ମୁଣ୍ଡ ବଦଳରେ ଶୁଣ୍ଡ କରୁଛି କାମ ) ଜଗତସିଂହପୁର ତା =18/6/25 କେନ୍ଦ୍ର ଓ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ର ରାଜୁତି ଚାଲିଛି | ଦୁର୍ନୀତି କୁ ନୀତି କରି ସରକାରୀ ଅଧିକାରୀ, କୁଜି ରାଜନେତା ଦଳମତ ନିର୍ବିଶେଷରେ ସରକାରୀ ଅର୍ଥ ଲୁଟି ନେବାକୁ କ୍ରମାଗତ ଭାବେ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି |ସବୁ ଜାଣି ସରକାରୀ ଅଧିକାରୀ କୁଜି ରାଜନେତା ଙ୍କ ଇସାରାରେ ଦୁର୍ନୀତି ର ଚରମସୀମା ଲଙ୍ଘିଛନ୍ତି |ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଲକ ଯଂକୋଟି ପଞ୍ଚାୟତ...

ତିର୍ତ୍ତୋଲ କଲେଜ ଏବିଭିପି କବଜାରେ, ପ୍ରଚ୍ଛଦ ପଟରେ କଲେଜ ଅଧକ୍ଷା ତିର୍ତ୍ତୋଲ ୧୮/୬- କଲେଜ ନିର୍ବାଚନ କୁ ନେଇ ଏ ବି ଭି ପି ର ଜ଼ିଲ୍ଲା ସଭାପତି ସମେତ ଅନ୍ୟ କର୍ମକର୍ତ୍ତା ମାନେ ତିର୍ତ୍ତୋଲ କଲେଜ କୁ ଏକ ପ୍ରକାର କବଜା କୁ ନେଇଥିବା ଚର୍ଚ୍ଚା ହେଉଛି l ଯାହା ଫଳରେ କଲେଜ ପରିସରରେ ଏକ ଅସନ୍ତୋଷ ର ବାତାବରଣ ଦେଖାଦେଇଛି l ଏହାର ପ୍ରଚ୍ଛଦ ପଟରେ ତିର୍ତ୍ତୋଲ କଲେଜ ଅଧକ୍ଷା ମମତା ରାଉତଙ୍କ ହାତ ରହିଥିବା ଛାତ୍ର ଛାତ୍ରୀ ମାନେ କହୁଛନ୍ତି l କିଛିଦିନ ପୂର୍ବେ ତିର୍ତ୍ତୋଲ କଲେଜ ପରିସର ସ୍ମାର୍ଟ କ୍ଲାସ ରେ ଏ...

ମଣି ଚରଣ ଶାରଳା ଏକାଡେମୀ ପରିସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୧ ୟୁନିଟ ରକ୍ତ ସଂଗ୍ରହ ତିର୍ତ୍ତୋଲ ୧୮/୬-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଲକ ବଜାର ଠାରେ ଥିବା ମଣିଚରଣ ସାରଳା ଏକାଡେମୀ ପରିସରରେ ମା ଶାରଳା ଫାଉଣ୍ଡେସନ ଓ ୧୯୯୪ ବ୍ୟାଚ ଛାତ୍ର ଛାତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମା ଶାରଳା ଫାଉଣ୍ଡେସନର ପ୍ରତିଷ୍ଠାତା ସୋନାଲି ମହାନ୍ତି, ସଦସ୍ୟ ସଦସ୍ୟା ସଞ୍ଜୟ ମହାପାତ୍ର, ଦିବ୍ୟ ପ୍ରକାଶ ମନ୍ମୟ କୁମାର, ଶିଶୁ ରଞ୍ଜନ ମହାନ୍ତି, ଝୁନି ବାଳା ଦାସ,...