Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଜଂକିଆ ପୋଲିସ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣ ଦୌଡ ଓ ବିଭିନ୍ନ ପ୍ରତିଯୋଗିତା

ନିରାକାରପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଂକିଆ ପୋଲିସ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣ ଦୌଡ ଓ ବିଭିନ୍ନ ପ୍ରତିଯୋଗିତା ନିରାକାରପୁର,୩୧/୧୦(ନିପ୍ର): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ପୋଲିସ ତରଫରୁ ଏକ ଗଣ ଦୌଡ ସରପାରୀ ସ୍ଥିତ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବାବେଳେ ଜଂକିଆ ସ୍ଥିତ ଆଇପିଏସ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଆଜି ସକାଳ ୮ ଘଟିକା ସମୟରେ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ପରିସର ରୁ ଛାତ୍ରଛାତ୍ରୀ ମାନେ ସମୂହ ଗଣ ଦୌଡ ରେ ବାହାରିଥିଲେ।...

Article Image

ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ତିର୍ତ୍ତୋଲ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର।*ତିର୍ତ୍ତୋଲ-୩୧/୧୦-(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ବ୍ଲକ ମଣିଚରଣ ଶାରଳା ଏକାଡେମୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ବ୍ଲକ ଅଧକ୍ଷ ମନୋଜ ବେହେରା , ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ତିର୍ତ୍ତୋଲ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଶିଶୁ ଓ ଭେଷଜ , ମାନସିକ ଅନଗ୍ରସର, ଶ୍ରବଣ,...

Article Image

ପାଣି ଟାଙ୍କି ନିର୍ମାଣ ଲାଗି ଆସିଥିବା କଂକ୍ରିଟ ମିକ୍ଚର ଟ୍ରକ ନାଳକୁ ଖସିଲା ଡ୍ରାଇଭର ଗୁରୁତର

ତିର୍ତ୍ତୋଲ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ପାଣି ଟାଙ୍କି ନିର୍ମାଣ ଲାଗି ଆସିଥିବା କଂକ୍ରିଟ ମିକ୍ଚର ଟ୍ରକ ନାଳକୁ ଖସିଲା ଡ୍ରାଇଭର ଗୁରୁତର ତିର୍ତ୍ତୋଲ- ୩୧/୧୦-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ RWSS ସମାଗୋଳ ଯନ୍ତ୍ରୀ ଅଫିସି ଅଧୀନ ବଣିତ ପଂଚାୟତ ର ବଣିତ ଗ୍ରାମରେ ନିର୍ମାଣ ଧୀନ ଓଭର ହେଡ଼ ପାଣି ଟାଣି ପାଇଁ ଗତ କାଲି ବିଳମ୍ବିତ ରାତ୍ରିରେ L&T କମ୍ପାନୀ ତାର ଠିକା ଦାର ଦ୍ୱାରା କାମ କରୁଥିବା ବେଳେ କଟକ ତ୍ରିସୁଳିଆରୁ କଂକ୍ରିଟ ମିକ୍ଚର ଟ୍ରକ ଆସିଥିବା ବେଳେ ବଣିତ ବଳଦିଆ ଗୋଠ (ପାଣିଟାଙ୍କି ନିର୍ମାଣ ସ୍ଥଳ )କୁ ଯାଉ ଯାଉ ଗ୍ରାମ୍ୟ ଢ଼ଳେଇ ରାସ୍ତା ଟି ଦବି...

Article Image

ଗାଁ ଦିବସ ଅଭିଯାନ

ଯାଜପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଗାଁ ଦିବସ ଅଭିଯାନ ଯାଜପୁର ,୩୧/୧୦/୨୦୨୫ବିକ୍ରମ ଓଡ଼ିଶା ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ)ସୁକିନ୍ଦା,ବ୍ଳକ୍ କଳା ସଂସ୍କୃତି ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମ ଓଳିଆ ପଞ୍ଚାୟତର ଅଭୟପୁର ଗାଁ ରୁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନେଇ ପଦଯାତ୍ରା ମାଧ୍ୟମରେ ଓଳିଆ ଗାଁ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଆମ ସୁକିନ୍ଦା ଅଞ୍ଚଳର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ଓ ବୁଦ୍ଧିଜୀବି ଶ୍ରୀଯୁକ୍ତ ଗୋବର୍ଦ୍ଧନ ପ୍ରଧାନ, ଜିଲ୍ଲା ସଂଯୋଜକ ନୀଳମଣି ବେହେରା ତରଣୀସେନ ରାଉତ ବ୍ଲକ ସଂଯୋଜକ ପ୍ରସନ୍ନ ବେହେରା ଗଣେଶ୍ୱର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।

Article Image

ଶ୍ରୀରାମପୁର ରାଧାକୃଷ୍ଣ ମନ୍ଦିର ରେ ଗୋଷ୍ଠାଷ୍ଟମୀ ପାଳିତ

କାକଟପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀରାମପୁର ରାଧାକୃଷ୍ଣ ମନ୍ଦିର ରେ ଗୋଷ୍ଠାଷ୍ଟମୀ ପାଳିତ କାକଟପୁର ତା 31/10,(ତୁଷାର ଦୀକ୍ଷିତ )ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ ରହିଛି । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ହେଉଛନ୍ତି ଗୋମାତା। ଭାରତୀୟ ସଂସ୍କୃତିରେ ଏହି ପବିତ୍ର ଗୋପାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି। ସାରା ଭାରତରେ ଏହି ପର୍ବ କୁ ପାଳନ କରାଯାଇଥାଏ। ଏହି ପର୍ବ ଗୋମାତା ଙ୍କ ପ୍ରତି ଭକ୍ତି ଓ ଗୋମାତା ଆମ ସମାଜ ପାଇଁ କେତେ ଆବଶ୍ୟକ ତାହାର...

Article Image

ଝିଅ ନିର୍ଯାତନା ରେ ବିଧବା ମା ଅତିଷ୍ଟ | ମା କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଶାବାଡି ସାଜିଛି ବ୍ୟାସ ଫାଉଣ୍ଡେସନ

ଜଗତସିଂହପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

( ଝିଅ ନିର୍ଯାତନା ରେ ବିଧବା ମା ଅତିଷ୍ଟ | ମା କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଶାବାଡି ସାଜିଛି ବ୍ୟାସ ଫାଉଣ୍ଡେସନ ) ଜଗତସିଂହପୁର ତା=31/10/25 ଆମ ସମାଜରେ ବରିଷ୍ଟ ନାଗରିକ ମାନେ ପୁଅ, ବୋହୁ ମାନଙ୍କ ଦ୍ୱାରା ସଦାସର୍ବଦା ନିର୍ଯାତିତ ହେଉଥିବା ନିତିଦିନିଆ ଘଟଣା | ହେଲେ ଏବେ ଝିଅ ପୈତୃକ ସମ୍ପତ୍ତିକୁ ଜୋର ଜବର ଦସ୍ତ ଦଖଲ କରିବା ନିମନ୍ତେ ଏକ ମାତ୍ର ବିଧବା ମା କୁ ଶାରୀରିକ, ମାନସିକତା ନିର୍ଯାତତା ଦେବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି | ହଁ ଦର୍ଶକ ବନ୍ଧୁ ଏଭଳିଏକ ହୃଦୟ ବିଦାରକ...

Article Image

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

ବୁଗୁଡ଼ା | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ ବୁଗୁଡ଼ା,୩୧/୧୦(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମମନ୍ଦିରରେ ଉଚ୍ଚ ଉତ୍ସବ ପାଳନ ଅବସରରେ ଦେବାଦେବୀଙ୍କ ପହଡ ଅବକାଶ, ମଙ୍ଗଳ ଆଳତି, ଅଁଳା ମାଳାର୍ପଣ, ବାଳଭୋଗ, ରାଧା ପାଦ ଦର୍ଶନ ଆଦି କାର୍ଯ୍ୟକ୍ରମ ଯଥାବିଧ ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେ ଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ୟ ଅନୁରୂପ ଭାବେ ପାଳନ କରାଯାଇଥିଲା । ସେହିପରି ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ବାମୀ ମନ୍ଦିର,ବାଦୁଆର ରାଧାକୃଷ୍ଣ ମନ୍ଦିର ଓ...

Article Image

ଶ୍ରୀରାଧା ସେବା ସଂଗଠନ ର ଷଷ୍ଠ ବାର୍ଷିକ ଉତ୍ସବ

ତିର୍ତ୍ତୋଲ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀରାଧା ସେବା ସଂଗଠନ ର ଷଷ୍ଠ ବାର୍ଷିକ ଉତ୍ସବ ତିର୍ତ୍ତୋଲ-୩୧/୧୦-(ରିପୋର୍ଟ-ସୁଷମା)-ଜଗତସିଂହପୁର ଜିଲ୍ଲାର, ସେବା, ସଂସ୍କାର, ବୃକ୍ଷରୋପଣ, ରକ୍ତଦାନ ଓ ସମାଜସେବା ଆଦି କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧିନ ରସବେରୁଁଆ ଗ୍ରାମ ସ୍ଥିତ ଗାଲେଶ୍ୱର ମହାଦେବ ମନ୍ଦିର ପାର୍ଶ୍ୱରେ ଗତ ପବିତ୍ର ଅଳା ନବମି ଦିନ ଶ୍ରୀରାମ ସେବା ସଂଗଠନ ର ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର କୁମାର ନାୟକ ଓ ଉପସଭାପତି ପ୍ରଦ୍ୟୁମ୍ନ ରଥ ଙ୍କ ପ୍ରତ୍ୟକ୍ଷ...

Article Image

କୁକୁର ପ୍ରେମ ଛାଡ଼ି ଗୋମାତା ଙ୍କୁ ଭଲପାଅ l

ପୁରୀ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

କୁକୁର ପ୍ରେମ ଛାଡ଼ି ଗୋମାତା ଙ୍କୁ ଭଲପାଅ l ପୁରୀ:କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଅବସରରେ ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣ ଭଗବାନ ପ୍ରଥମ ଗୋ ଚାରଣ କରିଥିଲେ। ଏହି ସ୍ମରଣୀୟ ଦିବସ ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଗୋଷ୍ଟାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ତତ୍ତ୍ଵାବଧାନରେ ଦିବ୍ୟତା ସହିତ ଗୋପୂଜନ ସହିତ ଗୋମାତାଙ୍କୁ ଲଡୁ ପ୍ରସାଦ ଓ ଚାରା ବଣ୍ଟନ କରାଯାଇଥିଲା। ଏହି ଅବସରରେ ନେବଳ ଦାସ ମଠର...

Article Image

ଓଡ଼ିଶା ସାମ୍ୱାଦିକ ସଙ୍ଘ ଜଗତସିଂହପୁର ଜିଲ୍ଲାଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ।

ତିର୍ତ୍ତୋଲ | 30/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଡ଼ିଶା ସାମ୍ୱାଦିକ ସଙ୍ଘ ଜଗତସିଂହପୁର ଜିଲ୍ଲାଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ।* ତିର୍ତ୍ତୋଲ -୩୦/୧୦- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ଝଙ୍କଡ଼ ପୀଠ ମା"ଶାରଳା ମନ୍ଦିର ପ୍ରାଗଣରେ ଓଡ଼ିଶା ସାମ୍ୱାଦିକ ସଙ୍ଘ ଜଗତସିଂହପୁର ଜିଲ୍ଲାଶାଖା ପକ୍ଷରୁ ଏକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଓଜେୟୁ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ,ସଂମ୍ମାନିତ ଅତିଥିଭାବେ ରାଜ୍ୟ ଉପ ସଭାପତି ଦ୍ଵିପକ କୁମାର ନାୟକ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା,ଭୁବନେଶ୍ୱର ସଭାପତି ଅଶୋକ କୁମାର ସାହୁ ଯୋଗଦେଇଥିଲେ। ଜିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ ସଭା ସଂଚାଳନ କରିବା ସହିତ ଜିଲ୍ଲା ସଭାପତି...

Article Image

କୁମାର ପୁର୍ଣ୍ଣିମା ରାତିରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଭଳି ଏକ ସ୍ପର୍ଶକାତର ଘଟଣାରେ ହାଇ ପ୍ରୋଫାଇଲ୍ ବିଜେଡ଼ି ନେତା ଅଭିଯୁକ୍ତଙ୍କୁ ଗିରଫ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି

ବ୍ରହ୍ମପୁର | 23/10/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ରହ୍ମପୁର, ୨୩/୧୦ : ଗତ ୬ ତାରିଖ କୁମାର ପୁର୍ଣ୍ଣିମା ରାତିରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଭଳି ଏକ ସ୍ପର୍ଶକାତର ଘଟଣାରେ ହାଇ ପ୍ରୋଫାଇଲ୍ ବିଜେଡ଼ି ନେତା ଅଭିଯୁକ୍ତଙ୍କୁ ଗିରଫ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ବିଜେପି ନେତା ତଥା ଆଇନଜୀବି ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ହତ୍ୟା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଏକ "ସାମ୍ବାଦିକ ସମ୍ମିଳନୀ" ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୀତବାସଙ୍କ ରାଜନୈତିକ ଜୀବନରେ ମିଶି ରହିଥିବା ବିକ୍ରମ ପଣ୍ଡାଙ୍କ...

Article Image

ଖଣ୍ଡାରେ ଯୁବକ କୁ ହାଣିଲା ଦୃବୁତ l ବଣିତ ପଞ୍ଚାୟତ ସରିକି ଗ୍ରାମରେ ଅଘଟଣ,

କୁଜଙ୍ଗ | 06/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଖଣ୍ଡାରେ ଯୁବକ କୁ ହାଣିଲା ଦୃବୁତ l ବଣିତ ପଞ୍ଚାୟତ ସରିକି ଗ୍ରାମରେ ଅଘଟଣ, ଖଣ୍ଡା ଚୋଟରେ ମନୋଜ ସ୍ୱାଇଁ ଙ୍କ ମୃତ୍ୟୁ, କୁଜଙ୍ଗ :୬/୧୦ ଖଣ୍ଡା ଚୋଟରେ ଯୁବକ ମନୋଜ ସ୍ୱାଇଁ ମୃତ୍ୟୁ,୩ଆହତ l କୁଜଙ୍ଗ ବ୍ଲକ ବଣିତ ପଂଚାୟତ ର ସରିକି ଗ୍ରାମରେ ଘଟିଛି ଏ ଭଳି ନୃଶଂସ ନିୟ ହତ୍ୟା କାଣ୍ଡ, l ମିଳିଥିବା ସୂଚନା ଅନୁଯାଇ ସରିକି ଗ୍ରାମର କିଛି ଯୁବକ ଏକତ୍ରିତ ହୋଇ ପାଖ ପଞ୍ଚାୟତ ବୋଧେଇ କୁ ଡ୍ରାମା ଦେଖିଯିବାକୁ ଗାଁ ମୁଣ୍ଡ ଚାନ୍ଦିନୀ ଉପରେ ବସିଥିବା ବେଳେ ସରିକି ଗ୍ରାମର ଯୁବକ ପରେଶ ସ୍ୱାଇଁ(ପନୁ) ସେଠାରେ ଏକ ଧାରୁଆ ଅସ୍ତ୍ର ଧାରୀ...