
ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ନାଉଗାଁ;୧୭/୦୬/ ବିକ୍ରମ ଓଡିଶା ନିୟଜୁ,ପବିତ୍ର ରଜ ଉତ୍ସବ ଅବସରରେ ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡ଼ା ସ୍ଥିତ ମା' ଜାଗୁଳାଇ ମନ୍ଦିର ପରିସରରେ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ ଡାକ୍ତର ବିଚିତ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ବିଶିଷ୍ଟ...

ବିପଦ ପୂର୍ଣ ଅବସ୍ଥାରେ ଆଦିକବି - ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ କଟକ-ପାରାଦୀପ ରାସ୍ତାର ସାରଳା ରୋଡ ନିକଟ ରେ ମାର୍ଚ୍ଚ ୬ ତାରିଖ ୨୦୨୩ ମସିହାରେ ସ୍ଥାପିତ ହୋଇଥିଲା ଆଦିକବି ସାରଳା ଦାସ ଙ୍କ ପ୍ରତିକୃତି।ଏହାକୁ ଉଦଘାଟନ କରିଥିଲେ ବିଶିଷ୍ଟ ସାହିତ୍ୟିକ ସାତକଡୀ ହୋତା,ନିରଞ୍ଜନ ରଥ, ଅଶୋକ କୁମାର ମହାପାତ୍ର,ସିତାବଲ୍ଲବ ମହାପାତ୍ର, ଧନେଶ୍ୱର ବିଶ୍ୱାଳ,ପର୍ଶୁରାମ ଡିବେଦୀ ପ୍ରମୁଖ।ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରତିକୃତି ବିପଦ ପୂର୍ଣ ଭାବେ ରହିଛି।କେତେବେଳେ ଏହା ଓଲଟି ପଡିବ କହିହେବ ନାହିଁ।ବିଭିନ୍ନ କାର୍ଯ୍ୟକ୍ରମ କୁ ଏହି ବାଟ ଦେଇ ଗଲାବେଳେ ନେତା ମନ୍ତ୍ରୀ ସାହିତ୍ୟିକ ମନେ ଫୁଲ ମାଳଟିଏ ପକାଇଦେଇଥାନ୍ତି ସତ ଏହାର ସ୍ଥାୟୀତ୍ୱପ୍ରତି କାହାର ନଜର...

ସନ୍ତୋଷୀ ମନ୍ଦିରରେ ପ୍ରବଚ଼ନ ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ) ତିର୍ତୋଲରଗୋପିଆ କୁଦଠାରେ ଥିବା ମାସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା)ଙ୍କ ପୌରୋହିତରେ ପବିତ୍ର ରଜ ସଂକ୍ରାନ୍ତିର ପବିତ୍ର ସଂଧ୍ୟାରେ ଶ୍ରୀଜଗନ୍ନାଥ ସଂସ୍କୃତିର କଥା ପ୍ରଚାରକଥା ସିଦ୍ଧାର୍ଥ ଟି.ଭିର ଯାଇଫୁଲ ମାଳିକା ପ୍ରବଚ଼କବାବା ଦିବାକର ଦାସ ମହାରାଜ କଳିଯୁଗର ବିପଥଗାମୀମନୁଷ୍ୟକୁସତ୍ ପଥରେ ଅନୁସରଣ କରି ଚାଲିବାକୁ ଏକ ଦିବ୍ୟପରାମର୍ଶ ପ୍ରଦାନ କରିଥିଲେ । ଅନୁଷ୍ଠିତ ଏକ ଦିବସୀୟ ସଂଧ୍ୟା କାର୍ଯ୍ୟକ୍ରମରେ ସନ୍ତୋଷୀ ମାଆଙ୍କ ମୂଖ୍ୟ ସେବିକା ମାତା ବାସନ୍ତୀଙ୍କ ପରିଚାଳନାରେ ସନ୍ତୋଷ ନାୟକ,ନୃସିଂହନାଥ , ଶଶାଙ୍କ ନାଥ ଶର୍ମା, ସନ୍ତୋଷନାଥ.ସୁମନ୍ତ ନାଥ,କୁମରନାଥ ଓ ଅଚ୍ୟୁତନାଥ ପ୍ରଭୃତି ସହଯୋଗ...

: ନୁଦୁରାମ ସୋରେନ ସହିଦ ଦିବସ ପାଳିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଟ୍ଯାକ୍ସି ଷ୍ଚାଣ୍ଡ ନିକଟରେ ଥିବା ସହିଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତୀ ଠାରେ ସହିଦ ନୁଦୁରାମ ମେମୋରିଆଲ ଟ୍ରଂଷ୍ଟ ପକ୍ଷରୁ ଅଧ୍ଯାପକ ବିଜୟ କୁମାର ରାମଙ୍କ ଆବାହକତ୍ବରେ ନୁଦୁରାମ ସୋରେନ ସହିଦ ଦିବସ ପାଳିତ ହୋଇଯାଇଛି l ଏଥିରେ...

ଦୁଆଡିଆ ବାଲିସାହି ରେ ରଜ ଉତ୍ସବ ପାଳନ କରାଯାଇଅଛି, ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଗୋପିଆକୁଦ ଗ୍ରାମ ପଞ୍ଚାୟତ ରେ ଥିବା ଦୁଆଡ଼ିଆ ବାଲିସାହି ରେ ଥିବା ମା ଗଙ୍ଗା ଦେବୀ ୟୁଥ କ୍ଲୁବ ତରଫରୁ ତିନି ଦିନ ଧରି ବଡ ଧୂମ୍ ଧାମରେ ରଜ ଉତ୍ସବ ପାଳନ କରାଯାଇଅଛି,ପ୍ରଥମ ଦିବସରେ ଏହି କାର୍ଯ୍ୟକ୍ରମ କୁ ଗାଁ ର ମୁରବି ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ଉଦ୍ଘାଟନ କରିଥିଲେ, ଶେଷ ଦିବସ ରେ କମିଟି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା, ଏହି ସଭାରେ ମୁଖ୍ୟ ଅତିଥି ହେଲେ ପଂଚାୟତ...

ବିଶିଷ୍ଟ ସମାଜସେବୀ √ଗଗନ ବିହାରୀ ପୃଷ୍ଟିଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ)-ବିଶିଷ୍ଟ ସମାଜସେବୀ ତଥା ସେବାନିବୃତ୍ତ ଇଂ ଗଗନ ବିହାରୀ ପୃଷ୍ଟିଙ୍କ ମରଣୋତ୍ତର ଏକାଦଶାହ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ଜନ୍ମସ୍ଥାନ ସିରସ୍ତା ଗ୍ରାମରେ ତାଙ୍କର ସୁପୁତ୍ର, ପୁତ୍ରବଧୂ ତଥା ଆତ୍ମୀୟ ସ୍ଵଜନଙ୍କ ଦ୍ୱାରା ସାଗ୍ରହ ଭାବେ ସମାହିତ ହେଲା। ଏହି ଅବସରରେ ପ୍ରଥମେ ତାଙ୍କ ଇଷ୍ଟଦେବ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଭଜନ ସମାରୋହ ତିର୍ତ୍ତୋଲ ମଣ୍ଡଳ ଦ୍ୱାରା ପରିବେଷିତ ହୋଇଥିଲା। ତତ୍ ପରେ ପଣ୍ଡିତ ଡ଼ଃ ସିଦ୍ଧେଶ୍ୱର ପଣ୍ଡାଙ୍କ ପରିଚାଳନାରେ ସ୍ମୃତିଚାରଣ ସଭା ପରିଚାଳିତ ହେବା ସହ ପାରାଦ୍ଵୀପ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀଯୁକ୍ତ...

: ବିଶ୍ବ ରକ୍ତଦାତା ଦିବସ ପାଳିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରକ୍ତଭଣ୍ଡାର ଅଧିକାରୀ ସୁଦିବ୍ଯ ଲୋଚନ ସିଂ ପୌରାହିତ୍ଯରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ l ସମ୍ମାନିତ ଅତିଥି ଭାବେ ଡାକ୍ତର ପିକେ ସାହୁ, ଡାକ୍ତର ଡିଏନ ଟୁଡୁ, ଅଧ୍ଯାପକ ବିଜୟ ରାମ ପ୍ରମୁଖ ଯୋଗ ଦେଇ ରକ୍ତଦାତାର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ଶ୍ରେଷ୍ଠ...

: ତିରିଂ ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମୁଖରେ ପଞ୍ଚାୟତ ସମିତିଙ୍କର ଅନିର୍ଦ୍ଦିଷ୍ଟ କାଳ ଧାରଣା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ତିରିଂ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମୁଖରେ ତିରିଂ ପଞ୍ଚାୟତ ସମିତିଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଧାରଣାରେ ବସିରହିଛନ୍ତି l ସୂଚନାଯୋଗ୍ଯ , ତିରିଂ...

ଉତ୍କଳ ବେଲମା ସମାଜ ଚାରି ତାଲୁକାର ସାଧାରଣ ସଭା ( ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ସଭାପତି ଭାବେ ନିର୍ବାଚିତ ) ବୁଗୁଡା ,୧୬/୦୬(ସୋରେନ କୁମାର ପ୍ରଧାନ): ଉତ୍କଳ ବେଲମା ସମାଜର ଘୁମୁସର ତାଲୁକା, ଧରାକୋଟ ତାଲୁକା, ଖାଲସା ତାଲୁକା ଓ ଆଠଗଡ଼ ତାଲୁକାର ସାଧାରଣ ବୈଠକ ବାଲିପଦର ଆସ୍କା ରୋଡ଼ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାରାୟଣ ବେହେରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିବା ପରେ କୁଳଦୀପ ପ୍ରଜ୍ଜ୍ୱଳନ କରି ବିଭୁ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଚାରି...

କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ରେ ଯାଞ୍ଚ୍ ହେଉନି ଖାଦ୍ୟର ମାନ; ଝାଡା ବାନ୍ତି ବ୍ୟାପିବାର ଆଶଙ୍କା କାକଟପୁର ୧୬/୬i(ତୁଷାର ଦୀକ୍ଷିତ) ରାଜ୍ୟ ର ୭ଟି ଜିଲ୍ଲାରେ କାୟା ବିସ୍ତାର ଡାଈରିୟା ତା ଭିତରେ ପ୍ରଶାସନ ସଜାଗ ହେବାର ଆବଶ୍ୟକତା ରହିଛି ପୁରୀଜିଲ୍ଲା କେଉଁଠି ଦୂଷିତ ପାଣି,ଅପରିଷ୍କାର ବାସିଖାଦ୍ୟ, ଆଶ୍ୱାସ୍ଥ୍ୟକର ପରିବେଶ, ରାସ୍ତା କଡ଼ ରେ ଚାଲୁଚି ମାଳମାଳ ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନ କିନ୍ତୁ ଖାଦ୍ୟ, ସ୍ୱାସ୍ଥ୍ୟ ବିଭାଗ ଆଖିମୁଜିଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ ଉତ୍ତମ ଖାଦ୍ୟ ପାନୀୟ ନିରୋଗ ରହିବାର ଚାବିକାଠି । ଉତ୍ତମ କହିଲେ କେବଳ ଗୁଣାତ୍ମକ ଦୃଷ୍ଟିରୁ ନୁହେଁ ବରଂ...

ପ୍ରାଚୀ କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଅଭିମୁଖେ ଫଳଭାର କାକଟପୁର ତା ୧୬/୬,୧୦୮ ସୁବାସିତ ଜଳରେ ଗାଧୋଇବା ପରେ ଶ୍ରୀଜିଉ ଅସୁସ୍ଥ ହୋଇପଡ଼ିଛନ୍ତି । ଅଣସର ପିଣ୍ଡିରେ ଚାଲିଛି ତାଙ୍କର ଚିକିତ୍ସା । ସାଆନ୍ତେ ଏବେ ଜ୍ୱରରେ , ଖାଇବାକୁ କିଛି ରୁଚୁନି । ସେଥିପାଇଁ ପରମ୍ପରା ଅନୁସାରେ କାକଟପୁରରୁ ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳଭାର । ପୁରୀ ଜିଲ୍ଲା କାକଟପୁରର ମହର୍ଷି ବିଶ୍ଵାମିତ୍ର ଆଶ୍ରମରୁ ୩୫ ପ୍ରକାରର ସ୍ବାଦିଷ୍ଟ ଫଳ ପୁରୀ ଯାଉଛି । ଅଣସର ଘରେ ଥିବା ଶ୍ରୀଜିଉ ଏବେ ଅସୁସ୍ଥ ଅଛନ୍ତି । ତେଣୁ ଏହି ଫଳ ମହାପ୍ରଭୁଙ୍କୁ ଲାଗି ହେବ । ଫଳଭାର ଆଶ୍ରମରୁ ଯିବାବେଳେ...

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର। କାକଟପୁର:-୧୬/୦୬ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ସଭାଗୃହ ପରିସରରେ ଏ ଡି ଏମ ଶରତ ଚନ୍ଦ୍ର ବେହେରା, ସବ କଲେକ୍ମଟର ରାଜ କିଶୋର ଜେନା ମଣ୍ଡଳ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ ଓ କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଉପସ୍ଥିତିରେ ଜନଶୁଣାଣୀ ଶିବର ଅନୁଷ୍ଠିତ ହୋଇ ୧୪୬ ଟି ଅଭିଯୋଗର ଶୁଣାଣୀ ହୋଇଯାଇଛି। ଜିଲ୍ଲାପାଳଙ୍କ ସହ ପ୍ରାୟ ଜିଲ୍ଲାସ୍ତରୀୟ ବିଭାଗୀୟ ମୁଖ୍ୟଙ୍କ ଅନୁପସ୍ଥିତିରେ ଶିବିର ଏକ ପ୍ରକାର ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗକାରୀଙ୍କ ଠାରୁ ପ୍ରକାଶ। ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମ ଟ୍ରାଇ ସାଇକେଲରେ...