Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଭିନ୍ନ ଏକ ରଜ ଉତ୍ସବ : ପୂଜ୍ୟପୂଜା

ତିର୍ତୋଲ | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଭିନ୍ନ ଏକ ରଜ ଉତ୍ସବ : ପୂଜ୍ୟପୂଜା ତିର୍ତ୍ତୋଲ-୧୬/୬- (ରିପୋର୍ଟ-ଟୁକନ ସେଠୀ)-ରବିବାର ସନ୍ଧ୍ୟା 7 ଘଟିକା ସମୟରେ ଚର୍ତୁଦଶତମ ପୂଜ୍ୟପୂଜା କାର୍ଯ୍ୟକ୍ରମ ଉତ୍କଳମଣି ପୂଜ୍ୟପୂଜା ସଂସଦ, ଶାଗବାରିଆ ରଜ ମହୋଉତ୍ସବ ମଣ୍ଡପ ଶିଳନ୍ଦୀ, , ଖୋନ୍ଦୋଳ ଠାରେ ଅନୁଷ୍ଠିତ ହୋଇଥିଲା l ସାଂସଦର ସଭାପତି ନରେନ ଦଶ ବୟସ୍କ ନାଗରିକ ମାନଙ୍କୁ ମାନପାତ୍ର ଓ ଉପତୌଳନ ପ୍ରଦାନ କରିଥିଲେ l ଏଥିରେ 25 ଜଣ ବରିଷ୍ଟ ନାଗରିକଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ସଭାର ସମସ୍ତ କାର୍ଯ୍ୟକର୍ମୀ ଉପସ୍ଥିତ ରହି କାର୍ଯ୍ୟ ଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ l ସମ୍ପାଦକ କିଶୋର କୁମାର ଦାସ ବିବରଣୀ ପାଠ କରିବା ସହିତ...

Article Image

ପୋଲିସ୍ ର କାର୍ଯ୍ୟାନୁଷ୍ଠନ କୁ ନେଇ ପ୍ରଶ୍ନ କଲେ କୀନର ସଙ୍ଗ

ପାରାଦ୍ୱୀପ | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପୋଲିସ୍ ର କାର୍ଯ୍ୟାନୁଷ୍ଠନ କୁ ନେଇ ପ୍ରଶ୍ନ କଲେ କୀନର ସଙ୍ଗ ଗତ ଦୁଇଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଙ୍ଗିଆ ଗଡା ର ରାମଚଣ୍ଡି ପଡ଼ାରେ ରହୁଥିବା କିନ୍ନର ରାଧା ଙ୍କ ଘରେ ରହି ଆସୁଥିବା ଏକ ପୋଷା କୁକୁର କୌଣସି କାରଣ ବସତ୍ ଘରୁ ବାହାରି ଯାଇ ପୋଡସି ଘରେ ପଶିଯାଇଥିଲା ତାକୁ ଆଣିବାକୁ ଯାଇଥିବା ଏକ ନାବାଳକ କୁ ମରଣାନ୍ତକ ଆକ୍ରମଣ କରିବା ସହ ମାଡ ମାରି ତାର ପିଠି ଫଟାଇଦେଇଥିଲେ ଏହାର ବିରୋଧ କରି ସ୍ଥାନୀୟ ପୋଲିସ ପ୍ରଶାସନ ର ସାହାଯ୍ୟ ପାଇଁ ଏକ ଲିଖିତ ଅଭିଯୋଗ କରିଥିଲେ କିନ୍ନର ସମାଜ କିନ୍ତୁ...

Article Image

ଗରାମ ଗାଦିବ୍ରହ୍ମ ପୀଠରେ ରଜ ମହୋତ୍ସବ ପାଳିତ l

ତିର୍ତୋଲ | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗରାମ ଗାଦିବ୍ରହ୍ମ ପୀଠରେ ରଜ ମହୋତ୍ସବ ପାଳିତ l ତିର୍ତୋଲ 16/6:ରଜ ମହୋତ୍ସବ 2025 ମହା ଆଡ଼ମ୍ବର ସହକାରେ ତିର୍ତୋଲ ବ୍ଲକ ଗରାମ ପଂଚାୟତ ଠାରେ ବିଜେପି କର୍ମୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇ ଯାଇଛି, ଏନେଇ ଏକ ସଭା ସ୍ଥାନୀୟ ଗାଦିବ୍ରହ୍ମ ମଠ ପରିସରରେ ଏ ଆୟୋଜନ କରାଯାଇ ଥିଲା ଏହି ସଭାରେ ଗରାମ ପଂଚାୟତ ବିଜେପି ପ୍ରମୁଖ, ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ଜେନା ସଭାପତିତ୍ୱ କରି ଥିଲେ ମୁଖ୍ୟ ଅତିଥିଭାବେ ମାନ୍ୟବର ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତାରଇ, ସାମ୍ନାନିୟ ଅତିଥିଭାବେ ବିଜେପି ପୁରାତନ କାର୍ଯ୍ୟ କର୍ତ୍ତା ରଜିଆ ରସୁଲୁ, ଗରାମ ପଂଚାୟତ ସଭାନେତ୍ରୀ,ତଥା ରାଜ୍ୟ...

Article Image

1988ମସିହା ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ ଜଗତସିଂହପୁର

ଜଗତସିଂହପୁର | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

1988ମସିହା ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ ଜଗତସିଂହପୁର ତା =16/6/25 ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚୀନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ସରକାରୀ ଉଚ୍ଚ ବିଦ୍ୟାଳୟ ସିଦ୍ଧଳ ର 1988ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁ ମିଳନ ଉଛବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ବନ୍ଧୁ ମିଳନ ରେ ଲିଙ୍ଗରାଜ ତ୍ରିପାଠୀ, ଦିଲ୍ଲୀପ ବେହେରା, ସଞ୍ଜୟ ପଣ୍ଡା ଙ୍କ ନେତୃତ୍ୱ ରେ ସହପାଠୀ ବନମାଳୀ ବେହେରା, ସୁବାଷ ମହାପାତ୍ର, ଉଷାରାଣି ବେହେରା, ନିରଞ୍ଜନ ସ୍ୱାଇଁ, ଅରୁଣ କୁମାର ଦାଶ, ସମୀର ଦାସ, ଭାଗବତ ନାୟକ, ହିମାଂଶୁ ଜେନା, ଦେବେନ୍ଦ୍ର ଦାସ,...

Article Image

ରଜ ମହୋତ୍ସବ ପର୍ବ ପାଳନ କରାଯାଇଛି।

ଗଂଜାମ | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରଜ ମହୋତ୍ସବ ପର୍ବ ପାଳନ କରାଯାଇଛି। ଗଂଜାମ ଜିଲ୍ଲା: ଗୋପାଳପୁର ପାନ୍ଥ ନିବାସ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରଜ ଦୋଳି ଆୟୋଜନ କରାଯିବା ସହ ପିଠା ପଣା ବଣ୍ଟନ କରାଯାଇଥିଲା । ଏଥିରେ ବହୁ ମହିଳା ଯୁବତୀ ଆଉ ଶିଶୁ ଉତ୍ସାହର ସହ ସାମିଲ ହୋଇଥିଲେ । ପରସ୍ପରକୁ ରଜ ପାନ ପ୍ରଦାନ କରିବା ସହ ଶୁଭ କାମନା ଜଣାଇଥିଲେ । ଅତିଥି ରୂପେ ଗୋପାଳପୁର ଏନ ଏ ସି ଚେୟାରମେନ ଏ.ଜାନକୀ ରାମ,ଉପାଧକ୍ଷା ବି.ଉମା,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ, ସମାଜ ସେବୀ...

Article Image

ନୋଇଡା ରେ ରଜ ଉତ୍ସବ

ତିର୍ତୋଲ | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନୋଇଡା ରେ ରଜ ଉତ୍ସବ -ତିର୍ତ୍ତୋଲ-୧୫/୬-(ରିପୋର୍ଟ-ଟୁକନ ସେଠୀ)-ସାମୁହିକ ବିକାଶ ସମିତି ସଭାପତି ଡକ୍ଟର ମନୋରଞ୍ଜନ ମହାନ୍ତି ଙ୍କ ଦ୍ୱରା ଆୟୋଜିତ ଦୁଇଦିନିଆ ରଜପର୍ବ ଜୁନ ୧୪ ଓ ୧୫ ନୋଇଡା ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ର ବହୁ ସୁନାମଧନ୍ୟ କଳାକାର ଯୋଗ ଦେଇଥିଲେ. ଏଥିରେ ଆମ ଏରସମା ଅଞ୍ଚଳ ର ପଲ୍ଲୀକାଣ୍ଟା ଗ୍ରାମର ଅତନୁ ଦାଶ ଙ୍କ ଝିଅ ଅନୁଷ୍କା ଦାଶ ୧୫ ତାରିଖ ସନ୍ଧ୍ୟା ରେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିବା ସହ ମାନପତ୍ର ମଧ୍ୟ ଜିତିଥିଲେ.

Article Image

ରାଇରଙ୍ଗପୁରରେ ରଜପର୍ବ ମହାଆଡମ୍ବରରେ ପାଳିତ

ରାଇରଙ୍ଗପୁର | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

: ରାଇରଙ୍ଗପୁରରେ ରଜପର୍ବ ମହାଆଡମ୍ବରରେ ପାଳିତ : ମହାନ ଗଣପର୍ବ ରଜ ଆଦିବାସୀଅଧ୍ଯୁଷିତ ମୟୂରଭଞ୍ଜରେ ମହାଆଡମ୍ବର ସହକାରେ ପାଳିତ ହୋଇଥାଏ l ଏହି ପର୍ବରେ ଲୋକେ ଘରେ ଘରେ ପିଠାପଣାର ଆସର l ତା ସାଙ୍ଗକୁ ଦୋଳିର ନିଆରା ଅନୁଭୂତିରେ ମନ ଉତଫୁଲ୍ଲିତ ହୋଇଥାଏ l ଆଉ ଦେଖାଯାଉନାହିଁ ଗଛରେ ବାଉଁଶ ସାହାଯ୍ଯରେ ଦୋଳି ଖେଳ l ଲୋକେ ଏବେ ପାର୍କ ରେ ଯାଇ ଦୋଳି ଖେଳି ଆନନ୍ଦିତ ହେଉଛନ୍ତି l ପୁଣି ଦେଖାଯାଉଛି ସପିଂ ମଲ, ଡ୍ରେସ...

Article Image

ଭାରତୀୟ ଜନତା ପାର୍ଟି ର ଉତ୍କର୍ଷ ଓ ସଫଳତା ନେଇ ପର୍ଯ୍ଯାଲୋଚନା

ରାଇରଙ୍ଗପୁର | 16/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଭାରତୀୟ ଜନତା ପାର୍ଟି ର ଉତ୍କର୍ଷ ଓ ସଫଳତା ନେଇ ପର୍ଯ୍ଯାଲୋଚନା : ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ଯରେ ୧ ବର୍ଷ ପୂର୍ତ୍ତୀ ଉପଲକ୍ଷେ ନେଇ ଏହାର ଉତ୍କର୍ଷ ଓ ସଫଳତାର ପର୍ଯ୍ଯାଲୋଚନାର ସମୟ ଆସିଛି l ବେଟି ବାଚାଓ ବେଟି ପାଢାଓ, ଅପରେସନ ସିନ୍ଦୁର, ...

Article Image

ନିଟ ପରୀକ୍ଷା ୨୦୨୫ ରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା

ଯାଜପୁର | 15/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନିଟ ପରୀକ୍ଷା ୨୦୨୫ ରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା ଯାଜପୁର, ୧୫/୬,ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ନିଟ୍ ଛାତ୍ର ଛାତ୍ରୀ ଙ୍କ ସଫଳତା। ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା-୨୦୨୫ (ନିଟ) ରେ ୬୨ ଜଣ ପରୀକ୍ଷା ଦେଇଥିବାବେଳେ ୧୬ ଜଣ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ଆର୍ ବି ଶୁଭମ୍ (୫୯୬) ନମ୍ବର ରଖି ଯାଜପୁର ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାବେଳେ ଅନ୍ୟ ୧୫ ଜଣଙ୍କ ମଧ୍ୟରେ ମଳୟ ରଞ୍ଜନ ମହନ୍ତ , ଆୟେଷା ଦିଗଦର୍ସନୀ , ସତ୍ୟଶିଳ୍ପା...

Article Image

ରଜରେ ଜମୁଛି ରଜ ପାନ ବେପାର ( ଆମେ ଓଡ଼ିଆ ଆମ ରଜ ପାନ ଭାରି ବଢିଆ )

କାକଟପୁର | 15/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରଜରେ ଜମୁଛି ରଜ ପାନ ବେପାର ( ଆମେ ଓଡ଼ିଆ ଆମ ରଜ ପାନ ଭାରି ବଢିଆ ) କାକଟପୁର ତା 15/6 ( ତୁଷାର ଦୀକ୍ଷିତ ) ଆମ ଓଡ଼ିଆ ଘରେ ବରମାସ ରେ ତେରପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଥାଏ। ତନ୍ନମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହି ପର୍ବ ସାରା ରାଜ୍ୟରେ ଚାରିଦିନ ଧରି ପାଳିତ ହୋଇଥାଏ। ରଜ ପୂର୍ବ ଦିନ ସଜବାଜ,ପହିଲି ରଜ, ରଜ ସଂକ୍ରାନ୍ତିଓ ବସୁମତୀ ସ୍ନାନ। ଏହି ପର୍ବ ଧରିତ୍ରୀ ମା ଓ ଓଡ଼ିଆ ଘର ର ମାତୃ, ଯୁବତୀ, କିଶୋରୀ ଙ୍କର ଏକ ସତନ୍ତ୍ର ପର୍ବ। ରଜ ପର୍ବ...

Article Image

ବିଶ୍ବ ବରିଷ୍ଠ ନିର୍ଯ୍ୟାତନା ସଚେତନତା ଦିବସ

ଯାଜପୁର | 15/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଶ୍ବ ବରିଷ୍ଠ ନିର୍ଯ୍ୟାତନା ସଚେତନତା ଦିବସ ଯାଜପୁର, ୧୫/୬, ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ଶୋଷଣ ସଚେତନତା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଏଥିରେ ଅଧ୍ୟକ୍ଷତା କରିବା ସହିତ ସଭାକୁ ଉଦ୍ଘାଟନ କରିଥିଲେ।ଅତିଥି ଆଲୋଚକ ଭାବେ ସିଭିଲ୍ କୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ, ରସୁଲପୁର ବିଡ଼ିଓ ସତ୍ୟନାରାୟଣ ଦାଶ,ତହସିଲଦାର୍ ସିଦ୍ଧାର୍ଥ ବେହେରା ଯୋଗ ଦେଇ ବରିଷ୍ଠ ଓ ବାପା ମା ସଦାକାଳେ ପୂଜ୍ୟ ସେମାନେ ଅନୁଭୂତି ସମ୍ପନ୍ନ ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତା କୁ ବ୍ୟବହାର...

Article Image

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା

ଯାଜପୁର | 15/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା ଯାଜପୁର, ୧୫/୬, ଆଜି ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତରେ ଆସି ବଡ଼ଚଣା, ଧର୍ମଶାଳା, ମଧୁବନ ରସୁଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଝାଡାବାନ୍ତି ରୋଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଯୋଗାଇ ଦିଆଯାଉଥିବା ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଉପସ୍ଥିତ ଡାକ୍ତର ମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ।...