
ବାଲିକଣି ରେ ଶ୍ରୀଜୀଉ ଙ୍କ ସୁନାବେଶ - ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)ଦୋଆବ ଅଂଚଳ କୁହାଯାଉଥିବା ବାଲିକଣି ଠାରେ ଥିବା ଜଗନ୍ନାଥ ମନ୍ଦିର ରେ ଶ୍ରୀଜୀଉ ମାନଙ୍କୁ ସୁନାବେଶ କରାଯାଇଛି, ଏହି ସୁନାବେଶ ଦେଖିବା ପାଇଁ ଅନୋଳି,ସାନ ବାଲିକଣି,ବଡ ବାଲି କଣି,ହଂସୁରା, କାଠକୋଟ, ବଣସରା, ପ୍ରଭୁତି ଗ୍ରାମର ସହସ୍ରାଧିକ ଲୋକେ ଠାକୁର ଙ୍କୁ ଦର୍ଶନ କରିଥିଲେ, ନୃସିଂହ ଚରଣ ଚୌଧୁରୀ ଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା(ନେଟରେ ଫୋଟୋ)

ବଟଶ୍ରୀ ଓ ଓଁ ସାଈ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ଜଗତସିଂହପୁର: ବଟଶ୍ରୀ ଚାରିଟେବଲ ଟ୍ରଷ୍ଟ ଓ ଓଁ ସତ୍ୟସାଇ ଯୁବ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ତିର୍ତ୍ତୋଲ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରକୁ ଆଇନଜୀବୀ ମଞ୍ଜୁଲତା ରାଉତ, କୁମାରଉତ୍ସବ ସମିତି ସଭାପତି ବିମଳ କୁମାର ମହାପାତ୍ର, ଅବସରପ୍ରାପ୍ତ ଟାଟାଷ୍ଟିଲ ଅଫିସର ପ୍ରମୋଦ କୁମାର ସାହୁ ଓ ସୁଶ୍ରୀ ଶୁଭଶ୍ରୀ ସଭାପତି ପ୍ରେମ ଚରଣ ରାଉତ ଉଦଘାଟନ କରିଥିବାବେଳେ ବଟଶ୍ରୀ ଟ୍ରଷ୍ଟ ଅଧ୍ୟକ୍ଷ ବିଭୂଷିତା ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ବଟଶ୍ରୀ ସଭାପତି ଡ଼କ୍ଟର ବସନ୍ତ...

ଓଜିବି ବ୍ୟାଙ୍କ ମ୍ୟାନେଜରଙ୍କୁ ସମ୍ବର୍ଦ୍ଧନା କାକଟପୁର ତା ୬/୭ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁରସ୍ଥିତ ଓଜିବି ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ଜେନାଙ୍କ ପାଇଁ ଶନିବାର ଦିନ ଏକ ସମ୍ଭର୍ଦ୍ଧନା ଉତ୍ସବ ଶାଖା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଅଛି l ସେ ଜଣେ ଦକ୍ଷ ଶାଖା ପରିଚାଳକ ସହିତ ସଚ୍ଚୋଟ ମେଳାପୀ ବ୍ୟକ୍ତି ଥିଲେ l ବିଭିନ୍ନ ଶାଖାରେ କାର୍ଯ୍ୟକରୀ ବହୁ ଲୋକଙ୍କ ର ପ୍ରିୟପାତ୍ର ହେବା ସହିତ ଅନେକ ପ୍ରଶଂସା ସାଉଁଟିଥିଲେ l ତାଙ୍କ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ଦୁଃଖ ପ୍ରକାଶ କରି ଶ୍ରୀଯୁକ୍ତ...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କାକଟପୁର ତା ୬/୭( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ଥାନା ଅଧୀନସ୍ଥ ପାଟସୁନ୍ଦରପୁର ପଞ୍ଚାୟତ ପଥରପକା ଗ୍ରାମର ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଉକ୍ତ ଗଁ।ର ଚଗଲି ସ୍ୱାଇଁ। ସୂଚନା ଅନୁଯାଇ ଗତ ୨ ଦିନ ପୂର୍ବରୁ ଚଗଲି ଘରୁ କେଉଁଆଡେ ଚାଲିଯାଇଥିବା ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କାକଟପୁର ଥାନାରେ ଦିଆଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଚଗଲିଙ୍କର କୌଣସି ପତ୍ତା ମିଳିନଥିଲା l ରବିବାର ସକାଳେ ତାଙ୍କର ମୃତଦେହ ତାଙ୍କ ଘର ପଛପଟ ପୋଖରୀରେ ଭାସୁଥିବା ଦେଖି...

ପବିତ୍ର ବାହୁଡା଼ ଦଶମୀ ଉପଲକ୍ଷେ କଳିଙ୍ଗ ମହିଳା ଶକ୍ତି ତରଫରୁ ସଫେଇ କାର୍ଯ୍ୟକ୍ରମ. କରାଯାଇ ଥିଲା l ପାରାଦୀପ ପବିତ୍ର ବାହୁଡା଼ ଦଶମୀ ରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ଦେଖିବା ସହ ପ୍ରଭୂ ଶ୍ରୀ ଜଗନ୍ନାଥ ଦିର୍ଘ ନଅ ଦୀନ ଧାରି ମାଉସୀ ମା ଙ୍କୁ ଦର୍ଶନ କରି ବାକୁ ଆସିଥିବା ବେଳେ ଆଜି ପବିତ୍ର ବାହୁଡା଼ ଦଶମୀ ରେ ନିଜ୍ ମନ୍ଦିରକୁ ଯିବା ପାଇଁ ମନ ବଳାଇ ଥିବାରୁ ଶହ ଶହ ଭକ୍ତ ଜଗତର ନାଥ ଜଗନ୍ନାଥ ଙ୍କ ରଥକୁ ଆନନ୍ଦ ଉଲାସରେ ପୁଣି ଟାଣି ଟାଣି ନେଇ ପ୍ରଭୂ...

ନୂଆପୋଖରୀ କେନ୍ଦ୍ରରେ ମାସିକ ସତସଙ୍ଘ ତିର୍ତୋଲ 5/7 ନୂଆପୋଖରୀ ହାଟ ପଡିଆ ଠାରେ ଥିବା ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ସତସଙ୍ଘ କେନ୍ଦ୍ରରେ ମାସିକ ସତସଙ୍ଘ ଅନୁଷ୍ଠିତ ହୋଇ ଯାଇଛି, ପ୍ରତିମାସ ପ୍ରଥମ ରବିବାର ପୂର୍ବାହ୍ନ ରେ ନୂଆପୋଖରୀ ସତସଙ୍ଗ ର ଗୁରୁ ଭାଇ ମାନେ ଏହାକୁ ଆୟୋଜନ କରିଥାନ୍ତି, ଚଳିତ ଜୁଲାଇ ପାଞ୍ଚ ତାରିଖ ପୂର୍ବାହ୍ନ ରେ ଆଖ ପାଖ ପଞ୍ଚାୟତରୁ ଗୁରୁ ଭାଇମାନେ ଏଠାରେ ଏକତ୍ରିତ ହୋଇ ଭଜନ କୀର୍ତନ ଓ ପ୍ରାର୍ଥନା ସଭା କରିଥିଲେ, ଶତାଧିକ ଗୁରୁ ଭାଇ ଙ୍କ ନିମନ୍ତେ ଆନନ୍ଦ ବଜ଼ାର ରେ ପ୍ରସାଦ ସେବନ ଵେବସ୍ଥା ହୋଇ ଥିଲା ରିପୋଟ...

( ସାଇ ବାବାଙ୍କ ୧୨ ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ) ଜଗତସିଂହପୁର ତା=6/7/25 ଜଗତସିଂହପୁର ଗୋପାଳସାଗର ସ୍ଥିତ ଶିରିଡ଼ି ସାଇ ବାବାଙ୍କ ୧୨ତମ ବାର୍ଷିକ ଉଛବ ଓ ହନୁମାନ ଜୀ ଙ୍କ ୯ମ ବର୍ଷ ଉଛବ ଏବଂ ଶ୍ରୀ ଦକ୍ଷିଣସ୍ୱର୍ ମହାଦେବଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋପାଳଜୀଉ ମନ୍ଦିର ପୁଷ୍କରିଣୀ ରୁ ପୂଜାର୍ଚ୍ଚନା କରାଯାଇ ମହିଳା ମାନେ ୧୦୮ କଳସୀରେ ପାଣି ଆଣି ଗୋପାଳ ସାଗର ସାଇ ମନ୍ଦିର ଯଜ୍ଞ ସ୍ଥଳୀରେ ପହଂଚି ଥିଲେ। ଗୋପାଳସାଗର ସାଇ ଟ୍ରଷ୍ଟ ର କର୍ମକର୍ତ୍ତା ଶ୍ରଦ୍ଧାଳୁ ମାନେ...

କୁଜଙ୍ଗ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ବହୁ ଆଡମ୍ବର ରେ ସମାପନ-ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ମହା ଆଡମ୍ବର ରେ ସମାପନ ହେଇଚି, ବାଜାଶଙ୍ଖ, ହରିବୋଲ ରେ କୁଜଙ୍ଗ ମା ତାରିଣୀ ମାଉସୀ ମା ଙ୍କ ଠାରୁ କୁଜଙ୍ଗ ବଜ଼ାର ପରୀକମା କରି ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ପଛଞ୍ଚି ପ୍ରଭୁ ଙ୍କ ପାଖରେ ଆରାଧ୍ୟାଭଜନ ସନ୍ଦ୍ୟା ପରିବେଷଣ କରିଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ଜୋଶନ୍ନା ମୟୀ ଶତପଥି, ଭଜନ ସନ୍ଧ୍ୟା କୁ ଉଦଘାଟନ କରିଥିଲେ, ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଛେରା ପହରା କରିଥିଲେରାଜା...

ଝିମାଣୀରେ ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା। କୁଜଙ୍ଗ:ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ପାଇଁ ଚଳ ଚଞ୍ଚଳ ଝିମାଣୀ ଗ୍ରାମ।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,କୀର୍ତ୍ତନ,ଶଙ୍ଖ,ହୁଳହୁଳି,ହରିବୋଲ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଛି ଗାଁ ଦାଣ୍ଡ ଝିମାଣୀ ଗ୍ରାମରେ ଥିବା ମହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତି ପୀଠ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ପରିଷଦ ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ମହା ଆଢ଼ମ୍ୱରରେ ପାଳିତ ହୋଇଯାଇଛି।ଏହି ବାହୁଡା଼ ଯାତ୍ରାରେ ମହା ପ୍ରଭୁଙ୍କ ନିକଟରେ ରାଜା ଭାବରେ ଛେରାପହଁରା କରିଥଲେ ପବିତ୍ର ରାଉତ,ଗୁଣ୍ଡିଚା ରାଣୀ ଭାବରେ ସେବା କରିଥଲେ ସୌଭାଗୀନି ସାହୁ,ମାଉସୀ ମା...

ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ସିଧୋଳ ଗାରୋଇ ସହିତ ବିଭିନ୍ନ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରେ ଯୋଗଦେଲେ ବିଧାୟକ ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଜଗନ୍ନାଥ ଓ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବାହୁଡା଼ ଯାତ୍ରା ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଯାଇଛି। ବାହୁଡା଼ ଯାତ୍ରା ଦେଖିବାକୁ ଭକ୍ତ ମାନଙ୍କ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବିଭିନ୍ନ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଥିବା ସମସ୍ତ ବାହୁଡା଼ ଯାତ୍ରା ରେ ଭକ୍ତ ମାନଙ୍କ ଭିଡ଼ ହୋଇଥିବା ବେଳେ। ଏହି ଅବସରରେ ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ବାହୁଡା଼...

(ଗୁଣ୍ଡିଚା ମନ୍ଦିର ରୁ ବାହୁଡ଼ିଲେ ତିନିଠାକୁର ) ଜଗତସିଂହପୁର ତା =5/7/25 ଜଗତସିଂହପୁର ଜ଼ିଲ୍ଲା ର ପ୍ରାଚୀନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ସେବାୟତ ମାନେ ଚତୁର୍ଦ୍ଧା ମୂରତି ଙ୍କୁ ଧାଡି ପହଣ୍ଡିରେ ରଥରୁଢ କରାଇବା ପରେ ସଭ୍ୟ କାଳିକିଙ୍କର ଆଚାର୍ଯ୍ୟ ଛେରା ପହଁରା କାର୍ଯ୍ୟ ପରିଚାଳନା କରିଥିଲେ | ମୁଖ୍ୟ ପୁରୋଧା ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଏବଂ ବଡ଼ ପଣ୍ଡା ଅରୁଣ କୁମାର ପଣ୍ଡା ଙ୍କ ଦ୍ଵାରା ରଥ ମାର୍ଜନା ଆଦି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା | ଜଗତସିଂହପୁର ବିଧାୟକ ଅମରେନ୍ଦ୍ର...

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବନମହୋତ୍ସବ ବୁଗୁଡ଼ା,୦୫/୦୭(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସହରର ଷୋହଳମାଇଲ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ଓକିଲ ସଙ୍ଘ ସଭାପତି ଅମର ପଟ୍ଟନାୟକ,ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର,ଓକିଲ ବିଭୁଦତ୍ତ ନାୟକ,ସାଇ ସନ୍ତୋଷିନୀ ପ୍ରଧାନ, ହରପ୍ରସାଦ ଦାସ,ଭକ୍ତରାମ ଦାସ,ଦେବୀ ନିବେଦିତା ଚୌଧୁରୀ, ରବିନ୍ଦ୍ର ପଣ୍ଡା,ପ୍ରଭାତ ଜେନା, ସୁଶାନ୍ତ ସେଠୀ ସମେତ ଅଦାଲତର କର୍ମଚାରୀ ଓ ବନ କର୍ମଚାରୀମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।